କନ୍ଧମାଳ: ଗୁଣିଗାରେଡ଼ି ସନ୍ଦେହରେ ଫୁଲବାଣୀ ଥାନା ବିଡ଼ାଙ୍ଗିସାହିରେ ଜଣେ କନଷ୍ଟେବଲଙ୍କୁ ସ୍ଥାନୀୟ ଲୋକେ ଲଣ୍ଡା କରିଥିବା ଘଟଣାରେ ବୁଧବାର ଏସ୍‌ଓଜି ଯବାନ ଅମରେନ୍ଦ୍ର କହଁର ଗିରଫ ହୋଇଛି। ଗାଁରେ ହୋଇଥିବା ବୈଠକ ପରେ ସମସ୍ତେ ମିଶି କନଷ୍ଟେବଲଙ୍କୁ ମଇଲା ମଧ୍ୟ ଖୁଆଇଥିଲେ।

Advertisment

publive-image

ଉଲ୍ଲେଖଯୋଗ୍ୟ, ଏସ୍‌ଓଜି ଯବାନ ଅମରେନ୍ଦ୍ର କହଁରଙ୍କ ଭଉଣୀଙ୍କ ଦେହ ଅସୁସ୍ଥ ଥିବାରୁ ସେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ଥାନାରେ ଅବସ୍ଥାପିତ କନଷ୍ଟେବଲ ଗୌରାଙ୍ଗ ଚରଣ କହଁର ଗୁଣିଗାରେଡ଼ି ଚିକିତ୍ସା କରୁଥିଲେ। ଏ ନେଇ ସୋମବାର ଅମରେନ୍ଦ୍ର ଓ ଗୌରାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଅମରେନ୍ଦ୍ର ଫୋନରେ ଗୌରାଙ୍ଗଙ୍କୁ ଧମକ ଦେଇଥିଲୋ। ପରେ ଗାଁରେ ବୈଠକ ବସିଥିଲା। ଗାଁ ବୈଠକରେ ଗୌରାଙ୍ଗକୁ ଯୋରଜବରଦସ୍ତ ଦୋଷି ସାବ୍ୟସ୍ତ କରାଯାଇ ମଇଳା ଖୁଆଯାଇଥିଲା ଓ ଲଣ୍ଡା କରାଯାଇ ଛଡ଼ାଯାଇଥିଲା।

ନିଜ ବାପାଙ୍କୁ ଗାଁ ଲୋକଙ୍କ ଦ୍ୱାରା ଏଭଳି ହଇରାଣ ଓ ନିର୍ଯ୍ୟାତନା ଦେବା ପରେ ଝିଅ ଟାଉନ ଥାନାରେ ଅଭିଯୋଗ ଆଣିଥିଲେ।