ସ୍ବାତୀ ଅନୁଷ୍ଠାନର ନିଆରା ଦୀପାବଳି, ଦିବଂଗତ ସମୁହଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ :ଚଳିତ ବର୍ଷ ପ୍ରଥମ ଥର ପାଇଁ କନ୍ଧମାଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ବାତୀ ପକ୍ଷରୁ ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । କରୋନାରେ ଦିବଂଗତ ସାମାଜିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷ, ସମାଜସେବୀ,ସ୍ବେଛାସେବୀ,ଆଇନଜୀବୀ,ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ସ୍ବାତୀର ସମ୍ପାଦକ ଇଂ ହରିଶଙ୍କର ରାଉତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ,ବରିଷ୍ଠ ନାଗରିକ ସର୍ବେଶ୍ବରମ ମିଶ୍ର, ପ୍ରସନ୍ନ କୁମାର ସାହାଣୀ,ସମାଜସେବୀ ଅଶୋକ କୁମାର ପରିଡା,ବରିଷ୍ଠ ସାମ୍ବାଦିକ ଡ.ଅରୂପ କୁମାର ଜେନା,ସ୍ବେଛାସେବୀ ରାମଚନ୍ଦ୍ର ଦାସ,ପ୍ରଦୀପ କୁମାର ଦାସ,ଜିଲା ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପରିଚାଳକ ମନୋରଂଜନ ସାହୁ ପ୍ରମୁଖ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସ୍ମତିଚାରଣ କରିଥିଲେ। ଦୀପାବଳିରେ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତେ ସ୍ବାତୀର ନିଆର ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ ସମସ୍ତ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସୂର୍ଯ୍ୟନାରାୟଣ ମହାପାତ୍ର ଓ ସାମ୍ବାଦିକ ତାରିଣୀ ପାଢୀଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ,କୋଷଧ୍ୟକ୍ଷ ସାନ୍ତନୁ କୁମାର ମିଶ୍ର,ବୈଦ୍ୟନାଥ ଖଟୁଆ,ପ୍ରଦୀପ କୁମାର ସ୍ବାଇଁ,ଶଙ୍କର ନାରାୟଣ ମହାନ୍ତି,ସେଭ ଦି ଚିଲଡ୍ରେନର ଜିଲ୍ଲା ସଂଯୋଜକ ମନୋଜ କୁମାର ମିଶ୍ରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଏବଂ ସ୍ବାତୀର ସହଯୋଗୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥି‌ଲେ।

ସମ୍ବନ୍ଧିତ ଖବର