ଏସଟିଏଫ୍ ପଞ୍ଝାରେ ଦୁଇ ଚୋରା ଚାଲାଣକାରୀ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ

ବାଲିଗୁଡ଼ା: ବାଲିଗୁଡା ଫରେଷ୍ଟ ରେଞ୍ଜର ଅଧିକାରୀମାନଙ୍କ ସହ ମିଶି ଏସଟିଏଫ୍ ଟିମ୍ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିଥିବାର ଖବର ମିଳିଛି। ଏହି ମାମଲାରେ ୨ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏସଟିଏଫ୍ ଟିମ୍ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଫରେଷ୍ଟ ଡିଭିଜନ୍ ଅଧୀନରେ ଥିବା ଜାତୀୟ ରାଜପଥ-୫୯ରେ ଜାକିକିଆ ଗାଁ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାର ମୂଲଚାଲ ଚାଲିଥିବା ବେଳେ ତାକୁ ଜବତ କରାଯାଇଥିଲା। ଏହାଛଡ଼ା ଦୁଇ ଅଭିଯୁକ୍ତ ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା।

ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏବଂ ନିରାପତ୍ତାକୁ ଆଖି ଆଗରେ ରଖି ବାଲିଗୁଡ଼ା ଜଙ୍ଗଲ ଅଧିକାରୀଙ୍କୁ ଜୀବନ୍ତ ବଜ୍ରକାପ୍ତାଟିକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର