ଚୋରି ସାମଗ୍ରୀ ଜବତ, ଧରାପଡ଼ିଲା ୯ ଜଣିଆ ଚୋର ରାକେଟ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଗୋଛାପଡା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରିଛି। ଜବତ ‌ସାମଗ୍ରୀ ମଧ୍ୟରେ ରହିଛି ୬ଟି ବ୍ୟାଟେରି,୩ଟି ସୋଲାର ପ୍ଲେଟ,୮୦ ଲିଟର ଡିଜେଲ। ଜବତ ସାମଗ୍ରୀ କଟ୍ରିଙ୍ଗିଆ,ବେଲପଦର ଓ ଫୁଲବାଣୀ ଅଞ୍ଚଳରୁ ଚୋରି ହୋଇଥିଲା। ଏଥିରେ ୯ ଜଣିଆ ଚୋର ରାକେଟକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାଳିଆ ଖମାରି,ରଂଜନ ଖମାରି,ଅଭୟ କହଁର,ଉଦ୍ଧବ ଦିଗାଲ,ଅଜିତ ଦିଗାଲ,ଅଶୋକ ପାତ୍ର,ଅମିତ ଭୋଇ,ବିଜୟ କୁମାର ସାହୁ ଓ ଅକ୍ରୁର ମାଝି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ କହିଛନ୍ତି। ଏହି ରାକେଟରେ ଆଉ କିଛି ଜଣ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର