ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କନ୍ଧମାଳ ଜିଲ୍ଲାସ୍ତରୀୟ ବୈଠକ: ଦାବି ପୂରଣ ନହେଲେ ନିର୍ବାଚନରେ ଅସହଯୋଗ ଚେତାବନୀ

ଫୁଲବାଣୀ: ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କନ୍ଧମାଳ ଶାଖାର ଜିଲ୍ଲାସ୍ତରୀୟ ବୈଠକ ସଭାପତି ପଦ୍ମଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଗତ ମାସ ୨୨ ତାରିଖରେ ରାଜ୍ୟ ସଂଘ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଯୋଗ ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ଦାବି ତୁରନ୍ତ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏକ ମାସ ବିତି ଯାଇଥିଲେ ବି ଦାବି ଗୁଡିକ ପୂରଣ ଦିଗରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ପାରି ନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ଦାବି ପୂରଣ ନ ହେଲେ ନିର୍ବାଚନ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମ୍ପାଦକ ମହେଶ ପଟ୍ଟନାୟକ, ଜଗନ୍ନାଥ ରଣା, ଲଲିତ ମୋହନ ସାହୁ, ଅନିଲ ପଟ୍ଟନାୟକ, ଅମୀୟ କୁମାର ମହାନ୍ତି, ଅମରେଶ ରଥ, କୁମାରଣି ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇ ଥିଲେ।

ସମ୍ବନ୍ଧିତ ଖବର