ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ସ˚ଘର ରାଲି:ଭତ୍ତା ରାଶି ହଜା‌େରକୁ ବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଫୁଲବାଣୀ: ସରକାରୀ କର୍ମଚାରୀଙ୍କ ଦରମା ବଢୁଛି। ସା˚ସଦ ଓ ବିଧାୟକଙ୍କ ଦରମା ଓ ପେନସନ ବଢୁଛି। ଆଉ ୩ଶହ ଟଙ୍କା ନୁହେଁ। ଏଥର ଭତ୍ତା ରାଶି ୧୦୦୦ ଟଙ୍କା ଦିଆଯାଉ ବୋଳି କନ୍ଧମାଳ ଜିଲ୍ଲାର ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏ ନେଇ କନ୍ଧମାଳ ଜିଲ୍ଲା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ସ˚ଘର ସଭାନେତ୍ରୀ ସୁଶ୍ରୀ ଗୀତାଞ୍ଜଳି କହଁର ଓ ସମ୍ପାଦକ ଜୟଦେବ ଦିଗାଲଙ୍କ ନେତୃତ୍ବରେ ଆଜି ଶହ ଶହ ହିତାଧିକାରୀ ମାଦିକୁନ୍ଦା ଛକରୁ ଏକ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ସ˚ପ୍ରତି ଦରଦାମକୁ ଦେଖିଲେ ଭତ୍ତା ରାଶି ୩ଶହ ଟଙ୍କାର ମୂଲ୍ୟ କିଛି ନାହିଁ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ଭତ୍ତା ୧୦୦୦ ଟଙ୍କା ଦିଆଯାଉଛି। ୮୦ ବର୍ଷ ହେଲେ ମିଳୁଛି ୧ହଜାର ୫୦୦ ଟଙ୍କା। ହେଲେ, ଓଡିଶା ସରକାର ଲଲି ପପ୍‌ ଦେବା ଭଳି ମାତ୍ର ୩ଶହ ଟଙ୍କା ଦେଉଛନ୍ତି। ଏଥି ସହ ୫୦ ବର୍ଷ ପରେ ଭତ୍ତା ଦେବାର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭତ୍ତା ରାଶି ବୃଦ୍ଧି ନ ହେଲେ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବାକୁ ଯିବେ ନାହିଁ ବୋଲି ଉପସ୍ଥିତ ସମସ୍ତ ହିତାଧିକାରୀ ଉଚ୍ଚ ସ୍ବରରେ କହିଥିଲେ। ରାଜ୍ୟ ସରକାର ତୁରନ୍ତ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ରାଶି ୧୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସ˚ଘର କାର୍ଯ୍ୟକର୍ତ୍ତା ଜଳନ୍ଧର କହଁର, ସହ-ସମ୍ପାଦକ କୁମ୍ଭ ବିଶୋଇ, କୋଷାଧୢକ୍ଷ ସୋମନାଥ ଦିଗାଲ, କେଶବ କହଁର, ଗୁଣନିଧି ଦଳବେହେରା, ଗୌର ମଲ୍ଲିକ, ଲବ ବିନ୍ଧାଣୀ, ରେଶମା ଦିଗାଲ, ବାଞ୍ଚାନିଧି ସାହାଣୀ, ଶିବ ଦିଗାଲ, ଭଗବାନ ଗଣ୍ତା ପ୍ରମୁଖ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶାସନିକ ଅଧିକାରୀଙ୍କୁ ସ˚ଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର