ଫୁଲବାଣୀ :କରୋନା ଲକ୍ ଡାଉନ ଚାଲିଛି। ଏଥି ନିମନ୍ତେ ପ୍ରଶାସନ ଓ ପୁଲିସ ପକ୍ଷରୁ ସଚେତନତା ଓ ସତର୍କତା କରାଯାଉଛି। ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ନିର୍ଦ୍ଧାରିତ ସମୟ ଦିଆଯାଇଛି। ସମୟ ଅତିବାହିତ ପରେ ବି ଦୋକାନ ଖୋଲି ଗହଳି କରି ବିକ୍ରିବଟା କରୁଥିବା ୨ ଦୋକାନୀଙ୍କୁ କନ୍ଧମାଳ ସଦର ପୁଲିସ ଗିରଫ କରିଛି। ଗିରଫ ଦୁଇ ଦୋକାନୀ ହେଲେ ଭେଟଖୋଲର ତେଜରାତି ଦୋକାନୀ ଶରତ ମୁଦୁଲି ଓ ଚିକେନ ଦୋକାନୀ କବିରାଜ ମଲ୍ଲିକ।
କନ୍ଧମାଳ : କରୋନା କଟକଣାକୁ ବେଖାତିରି କରି ଦୋକାନ ଖୋଲିବା ଅଭିଯୋଗରେ ୨ ଗିରଫ
/sambad/media/post_attachments/wp-content/uploads/2020/04/plbapl16-2-arrested.jpg)