କନ୍ଧମାଳ: ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବୁଦୁଲିପଦର ଘାଟିରେ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ବାଲିଗୁଡାରେ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ ପାରିଗଡ଼ରୁ ଭାଲିଆପାଣି ଯିବା ସମୟରେ ବାଇକ୍‌ରେ ଦୁଇଜଣ ଯାଉଥିବା ସମୟ ରେ ବୁଦୁଲିପଦର ଘାଟି ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲେ। ସେମାନେ ପଥରରେ ପିଟି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଭଳିଆପାଣି ଗାଁର ରମାକାନ୍ତ ମାଲିକଙ୍କର ମୃତ୍ୟୁ ଘଟିଥିବା ବେଳେ ପାରିଗଡ଼ ଗାଁର କନେଲ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ୧୦୮ଆମ୍ବୁଲାନ୍‌ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କନେଲଙ୍କୁ ମୃତ୍ୟୁ ହୋଇଛି। ତୁମୁଡିବନ୍ଧ ପୁଲିସ ଏନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର