ଜଳେଶପଟ୍ଟାରେ ୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

କନ୍ଧମାଳରେ ଛାତ୍ରୀମାନେ ଅସୁରକ୍ଷିତ, ଏହା ଲଜ୍ୟାର ବିଷୟ: ଧର୍ମେନ୍ଦ୍ର ପ୍ରଧାନ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଜଳେଶପଟ୍ଟାରେ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗ୍ରସ୍ତରେ ଆସି ଛାତ୍ରୀ ମାନଙ୍କ ନିମନ୍ତେ ୩ କୋଟି ୭୦ ଲକ୍ଷ ଟଙ୍କାର ଏକ ଛାତ୍ରୀ ନିବାସର ଶିଳାନ୍ୟାସ କରିବା ସହ ୨୫ ଲକ୍ଷ ଟଙ୍କାର ବିଜ୍ଞାନାଗାର, ୧୪ ଲକ୍ଷ ଟଙ୍କାର ସ୍ୱଚ୍ଛାଳୟ ନିର୍ମାଣ, ୧୯ଲକ୍ଷ ଟଙ୍କା ଏକ ବସର ଉଦଘାଟନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏକ କୋଟି ଟଙ୍କାର ବୌଦ୍ଧ ସ୍ଥିତ ଶିଶୁ ମନ୍ଦିରର ଶ୍ରେଣୀ କୋଠରୀକୁ ମଧ୍ୟ ଉଦଘାଟନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଶ୍ରମର ସଭାପତି ସ୍ୱାମୀ ଜୀବନ ମୁକ୍ତାନନ୍ଦ ମହାରାଜ ପୁରୀ, ସିଏସଆର ଫଣ୍ଡର ଶାଖା ପରିଚାଳକ ଡ଼ି.କେ କରଲା, ସମର୍ପଣ ଚାରିଟିବୁଲ ଟ୍ରଷ୍ଟର ସଭାପତି ପବିତ୍ର କୁମାର ସ୍ୱାଇଁ ବିଶ୍ୱହିନ୍ଦୁ ପରିଷଦର ସଂଗଠନ ମନ୍ତ୍ରୀ ଆନନ୍ଦ ଜୀ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ଆଶ୍ରମ ପରିସରରେ କେନ୍ଦ୍ରମନ୍ତ୍ରୀ ପହଂଚି ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣା ନନ୍ଦଙ୍କ ବଳିଦାନ ପୀଠରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସ୍ୱାମୀଜୀଙ୍କ ବଳିଦାନ ଅନ୍ୟଥା ଯିବ ନାହିଁ କହିବା ସହ ଦୀର୍ଘ ୩୪ବର୍ଷ ତଳେ ସ୍ୱାମୀଜୀ ଛାତ୍ରୀ ମାନଙ୍କ ସଂସ୍କୃତ ଶିକ୍ଷା କଥା ଚିନ୍ତା କରିଥିଲେ କିନ୍ତୁ ଆଜି ଲଜ୍ୟାର ସହ କହିବାକୁ ପଡୁଛି କନ୍ଧମାଳରେ ଛାତ୍ରୀମାନେ ଅସୁରକ୍ଷିତ। ପ୍ରତେକ ଦିନ ଲଜ୍ୟାକର ଘଟଣା ଖବରକାଗଜ ଓ ଟିଭିରେ ଦେଖିବାକୁ ମିଳୁଛି।

ମନ୍ତ୍ରୀ ମଧ୍ୟାହ୍ନରେ ଆମ୍ବେଦକର ଛକ ସ୍ଥିତ ମିନିଷ୍ଟାଡିୟମରେ ହେଲିକେପ୍ଟଟ ଯୋଗ ଆସି ପହଂଚି ଥିଲେ। ତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଟଙ୍କ ନେତୃତ୍ୱରେ ସ୍ୱାଗତ କରାଯିବା ସହ ଏକ ମୋଟର ସାଇକେଲ ରାଲିରେ ଆଶ୍ରମ ପର୍ଯ୍ୟନ୍ତ ନିଆଯାଇଥିଲା। କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନସେଟ, ପଦ୍ମ ଦାଶ, ରାମବିଶି ଦିଗାଲ, ଅଶୋକ ସାହୁ, ସୁକାନ୍ତ ପାଣିଗ୍ରାହୀ, ଜଗନ୍ନାଥ ସାହୁ, ତପନ ପାତ୍ର, ରଂଜିତ ସାହୁ, ଅର୍ଚନା ପ୍ରଧାନ, ଅବନେଶ୍ୱର ପ୍ରଧାନ, ବସନ୍ତ ପ୍ରଧାନ, ସଂଘମିତ୍ରା ପ୍ରଧାନ, ରବୀନ୍ଦ୍ର ପାତ୍ର, ଶ୍ରୀଚନ୍ଦ୍ର ପାରାସେଠ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର