ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ପ୍ରବଳ ଶୀତ ଏବଂ ଜାଡ଼ ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ମାଘ ମାସ ଶେଷ ହୋଇ ଫଗୁଣର ୬ ଦିନି ପ୍ରବେଶ କରିଛି। ବସନ୍ତ ଋତୁରେ ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହେଉଛି। ରାଜ୍ୟରେ ପାରଦ ଉପରମୁହାଁ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ ବିପରୀତ ପାଗ ଦେଖିବାକୁ ମିଳୁଛି। ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ପରିଚିତ ହୋଇଛି।

Advertisment

ଚଳିତ ବର୍ଷର ଶୀତର ଉତ୍‌ଥାନ ପତନ ସହ ପାରଦ ଉପର ତଳ ଭିତରେ ଶୀତଋତୁର ଶେଷ ସମୟରେ ପୁଣି ପାରଦ ତଳମୁଁହା ହୋଇ ଆଜି ୫.୬ଡିଗ୍ରି ରେକର୍ଡ଼ ହୋଇଛି। ଗତକାଲି ସହରର ତାପମାତ୍ରା ୯ ଡିଗ୍ରି ରେକର୍ଡ଼ କରାଯାଇଥିବା ବେଳେ ଗୋଟିଏ ଦିନରେ ତାପମାତ୍ରା ହଠାତ୍‌ ୩. ୪ଡିଗ୍ରି ତଳକୁ ଖସି ୫.୬ ଡିଗ୍ରିରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ: T20 World Cup: ଟ୍ବେଣ୍ଟି-୨୦ ବିଶ୍ବକପ୍ : ନେଦରଲାଣ୍ଡସ୍‌ ବିପକ୍ଷରେ ସଂଘର୍ଷ କରି ଜିତିଲା ପାକିସ୍ତାନ

ସୁଲୁସୁଲିଆ ଶୀତଳ ପବନ

ଜାଡ଼ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି। ସୁଲୁସୁଲିଆ ଶୀତଳ ପବନ ବୋହିବା ଯୋଗୁଁ  ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ ପ୍ରକୋପ ସହ ତାତି ରହୁଥିବା ବେଳେ ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢୁଛି। ରାତି ବଢ଼ିବା ସହ ଶୀତ ବଢ଼ି ଜାଡ଼ ସୃଷ୍ଟି ହେଉଛି। କିଛି ଦିନ ହେଲା ଶୀତ ଏକ ପ୍ରକାର ଉଭାନ ହୋଇଯାଇଥିବା ଯୋଗୁଁ ସାଧାରଣ ଲୋକ ନିଜ ନିଜ ଶୀତ ବସ୍ତ୍ରକୁ ଭୁଲି ଯାଇଥିଲେ। ହଠାତ ପୁଣି ଶୀତ ଲେଉଟିବା ପରେ ପୁଣି ଶୀତବସ୍ତ୍ର ପରିଧାନ କରି ଲୋକ ବାହାରକୁ ବାହାରୁ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସହରରେ ଶୀତ ମହୋତ୍ସବ ‘ତୁଷାର’ ଆରମ୍ଭ ହେବା ଦିନ ଠାରୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଶୀତ ମହୋତ୍ସବରେ ଅଞ୍ଚଳବାସୀ ଏବଂ ବାହାର ପର୍ଯ୍ୟଟକ ମହୋତ୍ସବ ର ମଜ୍ଜା ଉଠେଇବା ସହ ଶୀତ ର ମଜ୍ଜା ଉଠାଉଛନ୍ତି।

ଆହୁରି ପଢ଼ନ୍ତୁ: Asian Shooting Championships 2026: ଏସୀୟ ସୁଟିଂ: ସ୍ବର୍ଣ୍ଣ ଜିତିଲେ ଏଲାଭେନିଲ୍‌