ଅବକାରୀ ଚଢାଉ , ୫ଗିରଫ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣଙ୍କ ଠାରୁ ୩୨ଲିଟର ଦେଶୀମଦ ଜବତ କରିଯିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚ଼ାଲାଣ ହୋଇଥିବା ଜଣାପଡ଼ିଛି । ଅଲାରି ଗ୍ରାମର ଅଜୁ କୁମାର ପ୍ରଧାନ, ଡଲାବାଡ଼ିର ମୁକୁନ୍ଦ ପ୍ରଧାନ, ଦଣ୍ତିମାହାର ଲକ୍ଷ୍ମୀଧର ପ୍ରଧାନ, ବୁର୍ଜୁବାଡ଼ିର ରାଜା ଭଞ୍ଜ ଓ ଡବେରୀ ଗ୍ରାମର ସରସ୍ବତୀ ସାହୁ ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ପୁଲିସ ସେମାନଙ୍କ ନାମରେ ପୃଥକ ପୃଥକ ମାମଲା ରୁଜୁ କରିଛି । ଅବକାରୀ ବିଭାଗ ଏସଆଇ. ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ବରେ ସିମନବାଡ଼ି, ସାର୍ଣ୍ଣିକେତା ଓ ଦାରିଙ୍ଗବାଡ଼ି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚ଼ଡ଼ାଉ କରି ପାଖାପାଖି ୧୫୦ କେଜି ମହୁଲ ପୋଚ଼ ନଷ୍ଟ କରିବା ସହିତ ଦେଶି ମଦ ଜବତ କରିଥିଲେ । ଏଏସଆଇ ଶାନ୍ତନୁ କୁମାର ପଟ୍ଟନାୟକ, ରଞ୍ଜିତ କୁମାର ପଟ୍ଟନାୟକ ଓ କନେଷ୍ଟେବଲ ଜିମୁତ ବେହେଦର୍ଳଇ ପ୍ରମୁଖ ଚଢଉରେ ସାମିଲ ହୋଇଥିଲୋ

ସମ୍ବନ୍ଧିତ ଖବର