ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ଗ୍ରାମରେ ସ୍ୱାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳରେ ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ସ୍ୟାଙ୍ଗବାଲି ଗ୍ରାମର ନେତ୍ର ମାଝି(୬୨) ବୋଲି ଜଣାପଡ଼ିଛି। ଆଜି କୋୖଣସି କାରଣରୁ ସ୍ତ୍ରୀ ସୁଭନ୍ତି ମାଝୀ ସ୍ୱାମୀ ନେତ୍ର ମାଝୀଙ୍କ ସହିତ କଥା କଟାକଟିରୁ ଗଣ୍ଡଗୋଳ ହୋଇ ସୁଭନ୍ତି ଉତ୍ତ୍ୟକ୍ତ ହୋଇ ସ୍ୱାମୀଙ୍କୁ ମାରିଥିଲା। ଫଳରେ ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ
ହି ଘଟଣାରେ ଦାରିଙ୍ଗବାଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/858966-daringbadi-police-station.jpg)