କନ୍ଧମାଳ: ବେଆଇନ ଛୁଟି ଘୋଷଣା କଲେ ବି.ଇ.ଓ, ଉପୁଜିଲା ବିବାଦ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଶିକ୍ଷା ଅଧିକାରୀ କୌଣସି ପୂର୍ବ ସୂଚୀ ନଦେଖି ତଥା ଆଇନକୁ ଅଣଦେଖା କରି ବେଆଇନ ଭାବେ ସମସ୍ତ ସରକାରୀ ବିଦ୍ୟାଳୟକୁ ଗୋଟିଏ ଦିନ ପୂର୍ରୁ ଛୁଟି ଘୋଷଣା କରିଛନ୍ତି, ଯାହାକୁ ନେଇ ବଡ଼ ବିବାଦ ଦେଖାଯାଇଛି। ବଡ ଦିନ ପାଇଁ ସରକାରୀ ଛୁଟି ଘୋଷଣା ନିୟମ ରହିଥିବା ବେଳେ ବର୍ଷର ଶେଷ ମାସ ହୋଇ ଥିବାରୁ ବର୍ଷ କର ଛୁଟି ଓ ଦୁଇଟି ପରିଦର୍ଶନ ଛୁଟିକୁ ନେଇ ଏହି ଛୁଟି ଘୋଷଣା ହେବା ନିୟମ ରହିଛି।

ଯେଉଁ ବିଦ୍ୟାଳୟ ପରିଦର୍ଶନ ଛୁଟି ପୂର୍ବରୁ ନେଇ ନାହିଁ ସେହି ବିଦ୍ୟାଳୟ ଗୋଟିଏ ଦିନର ପୂର୍ବ ଦିନଟିକୁ ଛୁଟି ରୂପେ ଘୋଷଣା କରିଥାନ୍ତି କିନ୍ତୁ ତୁମୁଡିବନ୍ଧ ବିଇଓ ସୂଚନା ରୁ ପ୍ରକାଶ ଯେ ପୂର୍ବରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ପତ୍ର ସଂଖ୍ୟା-୩୭୩, ତା:୨୩.୦୮.୨୦୧୮ ପ୍ରକାରେ କାର୍ତ୍ତିକ ମାସର ଶେଷ ସୋମବାରକୁ ପରିଦର୍ଶନ ଛୁଟି ଘୋଷଣା କରିଥିଲେ। ସେହି ଦିନ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ସରକାରୀ ବିଦ୍ୟାଳୟ ବନ୍ଦ ରହିଥିଲା। ଏବେ ତୁମୁଡିବନ୍ଧ ବି.ଇ.ଓ. ଉଦ୍ଧବ ଚରଣ ନାୟକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘକୁ ଡିସେମ୍ବର ମାସ ୨୪ ତାରିଖ ପରିବର୍ତ୍ତେ ଡ଼ିସେମ୍ବର ୨୨କୁ ଛୁଟି ଘୋଷଣା କରିଥିବା ଅଭିଯୋଗ କରିଛନ୍ତି କିଛି ଶିକ୍ଷକ।

ଡିସେମ୍ବର ମାସ ୧୩ ତାରିଖ ଦିନ ବି.ଇ.ଓ ଛୁଟି ସମ୍ପର୍କରେ ଶିକ୍ଷକ ସଂଘର ପତ୍ର ସଂଖ୍ୟା ୦୫/୨୦୧୮, ତା:୧୧.୧୨.୨୦୧୮ ପ୍ରକାରେ ଛୁଟି ଘୋଷଣା କରିଥିବା ଜଣାପଡ଼ିଛି। ଏସମ୍ପର୍କରେ ତୁମୁଡିବନ୍ଧ ବିଇଓଙ୍କ କାର୍ଯ୍ୟାଳୟକୁ ଯାଇ ମତାମତ ସଂଗ୍ରହ କରିବାକୁ ଚେଷ୍ଟା କରାଯାଇଥିଲୁ କିନ୍ତୁ ତାହା ସମ୍ଭବପର ହୋଇନଥିଲା। ଏ ସମ୍ପର୍କରେ ତୁମୁଡିବନ୍ଧ ବ୍ଲକର କିଛି ଶିକ୍ଷକ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର