କନ୍ଧମାଳ: କୁରାଢ଼ି ଚୋଟରେ ଶାଶୁ ଗୁରୁତର, ଜ୍ୱାଇଁ ଅଟକ

କନ୍ଧମାଳ: ପୁଅ ବାହାଘର ନିମନ୍ତ୍ରଣ ଦେବାକୁ ଝିଅ ଘରକୁ ଆସିଥିବା ଶାଶୁଙ୍କୁ ଜ୍ୱାଇଁ ହାଣିଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଚାଲିଛି। ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଫୁଲବାଣୀସାହିରେ କୁରାଢ଼ି ଚୋଟର ଶିକାର ହୋଇଥିବା ଶାଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ଜ୍ୱାଇଁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ କେରେଡିର କୁଞ୍ଜ ସାହୁ ଓ ସୁଶିଲା ସାହୁଙ୍କ ପୁଅ ବାହାଘର ହେବ। ସେଥିପାଇଁ ଆଜି ସୁଶିଲା ବଡ଼ଝିଅ ଘରକୁ ନିମନ୍ତ୍ରଣ ଦେବାକୁ ଆସିଥିଲେ। ସନ୍ଧ୍ୟାରେ କୌଣସି କଥାକୁ ନେଇ ଝିଅ ଘରେ ଶାଶୁ ସୁଶିଲା ଓ ଜ୍ୱାଇଁ ସଦାନନ୍ଦ ସାହୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସଦାନନ୍ଦ କୁରାଢ଼ିରେ ସୁଶିଲାଙ୍କୁ ଆକ୍ରମଣ କରିଥିଲା। ସୁଶିଲାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚିବା ପୂର୍ବରୁ ସଦାନନ୍ଦ ସେଠାରୁ ଚମ୍ପଟ ମାରି ଦେଇଥିଲା। ପୁଲିସ ତନାଘନା ବେଳେ ସଦାନନ୍ଦକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର