ଘୁ. ଉଦୟଗିରି: ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଓ ପରିବେଶକୁ ଦୃଷ୍ଟିରେ ରଖି ଏହାର ସୁରକ୍ଷା ଦିଗରେ ଗୁରୁତ୍ବ ଦେବା ପାଇଁ ବିଶ୍ବ ପରିବେଶ ପରିଷଦ ଓ ଅନ୍ତରଙ୍ଗ ଯୁବ ମହାସଂଘର ସହଯୋଗରେ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ ସହିତ ସାମିଲ ହେବା ପାଇଁ ବିଦ୍ୟାଳୟରୁ ଗାଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ କାମ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଡ.ବବିତା ପଟ୍ଟନାୟକ, ମିନତି କୁମାରୀ ଦାସ, ସୁଧାରାଣୀ ପାତ୍ର, ମାଳତୀ ମଲ୍ଲିକ, ସସ୍ମିତା ଦାସ ଓ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ତଥା ବିଶ୍ଵ ପରିବେଶ ପରିଷଦର ସଂଯୋଜକ ହୃଷିକେଶ ପ୍ରଧାନ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟରୁ ଗାଁକୁ ପରିବେଶ ସୁରକ୍ଷା ପାଇଁ ମାନସିକ ପରିବର୍ତ୍ତନ କରିବା ସହ ବିଶ୍ଵ ପରିବେଶ ପରିଷଦ ଓ ଏସିଆ ସ୍କିଲ ଓଲିମ୍ପିଆଡ ଦ୍ଵାରା ବିଭିନ୍ନ ସ୍କଲାରସିପି ଏବଂ କୁଇଜରେ ଭାଗ ନେଇ ଜ୍ଞାନ କୌଶଳ ବଢ଼ାଇବା ପାଇଁ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ପରାମର୍ଶ ଦେଇଥିଲେ।
ଏଥି ସହିତ ଅଧ୍ୟକ୍ଷ ଶିବରାମ ସାହୁ ଛାତ୍ରୀମାନେ ପରିବେଶ ସମ୍ବନ୍ଧୀୟ ବିଷୟରେ କେବଳ ଯୋଜନା ନୁହେଁ କାର୍ଯ୍ୟରେ ସମ୍ପାଦନା କରି ଆମ ମହାବିଦ୍ୟାଳୟରୁ ଆରମ୍ଭ କରାଯିବ ବୋଲି ଉତ୍ସାହ କରିଥିଲେ। ବିଶ୍ୱ ପରିବେଶ ପରିଷଦ ଏବଂ ଏସିଆ ସ୍କିଲ୍ସ ଓଲିମ୍ପିଆଡର ବିଭିନ୍ନ ସ୍କୋଲାର୍ଷିପ ପାଇବା ସହିତ ବିଭିନ୍ନ କୁଇଜରେ କିପରି ଭାଗ ନେଇପାରିବେ ସେହି ବିଷୟ ନେଇ ଛାତ୍ରୀ ମାନଙ୍କୁ ବୁଝେଇବା ସହିତ ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଏହାର ସୁଯୋଗ କିପରି ପାଇପାରିବେ ତାହା ଅନଲାଇନ୍ ମାଧ୍ୟମରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ପିଢ଼ି ଓ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଉଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମୀ ବାଲ୍ମୀକି ମହାରଣା ସହଯୋଗ କରିଥିଲେ।
Kandhamal | Punascha Pruthibi