କରମଣ୍ଡଳ ଦୁର୍ଘଟଣା, ରଘୁବେଡ଼ା ଯୁବକଙ୍କ ପତ୍ତା ମିଳୁନି

ଢେଙ୍କିକୋଟ: ଘଟଗାଁ ଥାନା ଢେଙ୍କିକୋଟ ନିକଟ ସାନ୍ତରାପୁର ପଞ୍ଚାୟତ ରଘୁବେଡ଼ା ଗ୍ରାମର ବିବାହିତ ଯୁବକ ଭୁବନ ନାୟକ ଶୁକ୍ରବାର ବାଲେଶ୍ଵର ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। ବାହାନଗା ନିକଟରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ତାଙ୍କ ମୋବାଇଲ ରିଙ୍ଗ ହେଉଥିଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି।

ଭୁବନ ପତ୍ନୀ ଶଶି ନାଏକଙ୍କୁ ନର୍ସିଂ ତାଲିମ ଦେବା ପାଇଁ ବାଲେଶ୍ଵରରେ ଛାଡ଼ିଥିଲେ। ସନ୍ଧ୍ୟାରେ ସେ ଚେନ୍ନାଇ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। ତାଙ୍କ ସମ୍ପର୍କୀୟମାନେ ପତ୍ନୀ ଶଶିଙ୍କ ସହ ବାଲେଶ୍ବର ଓ ବାହାନଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି। କିନ୍ତୁ ଭୁବନଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର