କରଞ୍ଜିଆ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ, ବୁଝାଇଲେ ସମସ୍ୟା

ବାରିପଦା : କରଞ୍ଜିଆ ବିଧାୟିକାଙ୍କୁ ଲୋକେ ରାସ୍ତାରେ ଚଲାଇ ଚଲାଇ ନେବାର ଏକ ଘଟଣା ସାମ୍ନାକୁ ଆସିଛି। ବିଧାୟିକାଙ୍କ ବାସନ୍ତୀ ହେମ୍ବ୍ରମଙ୍କୁ ସ୍ଥାନୀୟ ଲୋକେ ଦୀର୍ଘ ରାସ୍ତା ଚଲାଇ ଚଲାଇ ନିଜର ସମସ୍ୟା ବଖାଣିଥିଲେ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ବନବିଭାଗର ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହ ଗ୍ରାମବାସୀ ୨୨୦ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ ।

ଏହି ଖବର ପାଇ କରଞ୍ଜିଆ ବିଧାୟିକା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକେ ବିଧାୟିକାଙ୍କୁ ଜାତୀୟ ରାଜପଥରେ ଦୀର୍ଘ ରାସ୍ତା ଚଲାଇ ଚଲାଇ ହାତୀ ଆସୁଥିବା  ଅଞ୍ଚଳ ବୁଲାଇ ଥିବା ଦେଖିବାକୁ ମିଳିଛି । ଏହାପରେ ହାତୀପଲ ଦ୍ବାରା ସେମାନେ ଯାହା କ୍ଷତି ସହିଛନ୍ତି ତାହାର ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘୋଉଡାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର