ପ୍ରଭୁ ଜଗନ୍ନାଥ-ବଳଭଦ୍ରଙ୍କୁ ରୁପାର କରପଲ୍ଲବ ପ୍ରଦାନ କଲେ ଭକ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ ଦୀର୍ଘ ବର୍ଷ ହେବ ଚତୁର୍ଦ୍ଧା ବିଗ୍ରହ ପୂଜା ପାଇଁ ଆସୁଛନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଚତୁର୍ଦ୍ଧା ବିଗ୍ରହ ବିଭିନ୍ନ ବେଶ କରାଯାଇଥାଏ। ଚଳିତ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ହାଇଦ୍ରାବାଦରୁ ରୁପାର କରପଲ୍ଲବ ନିର୍ମାଣ କରି ଆଣିଛନ୍ତି ବିଶିଷ୍ଟ ଆଧ୍ୟାତ୍ମିକବାଦୀ ତଥା ଜଗନ୍ନାଥଙ୍କ ଭକ୍ତ ସାବି ମେହେର। ସେ ଏକ କିଲୋରୁ ଅଧିକ ରୁପାରେ ଏହି ଦୁଇ ଠାକୁରଙ୍କ ଚାରି କରପଲ୍ଳବ ନିର୍ମାଣ କରାଇଛନ୍ତି। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ସେ କହିଛନ୍ତି।

ବଳଭଦ୍ରଙ୍କ କରପଲ୍ଲବରେ ଗଦା ଓ ଲଙ୍ଗଳ ଚିହ୍ନ ଥିବାବେଳେ ଜଗନ୍ନାଥଙ୍କ କରପଲ୍ଲବରେ ଶଙ୍ଖ ଓ ଚକ୍ର ରହିଛି। ଆସନ୍ତା ରଥଯାତ୍ରା ପୂର୍ବରୁ ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ଏହା ଠାକୁରମାନଙ୍କୁ ଲାଗି ହେବବୋଲି କମିଟିର ମୁଖ୍ୟ ବିଷ୍ଣୁ ଚରଣ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର