ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ ଅଧିକାରୀ କରୁଣାକର ରାଇକାଙ୍କ ଗତକାଲି ଦେହାନ୍ତ ପରେ ଆଜି ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।

ଅଳ୍ପକିଛି ଦିନ ତଳେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦାୟିତ୍ୱରେ ଯୋଗଦେଇଥିବା ବରିଷ୍ଠ ଓ.ଏ.ଏସ ଅଧିକାରୀ କରୁଣାକର ରାଇକାଙ୍କର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଗତକାଲି ଦେହାନ୍ତ ହୋଇଥିଲା। ମୃତ୍ୟୁପରେ କରୁଣାକର ରାଇକାଙ୍କ ଅନ୍ତିମ ସଂସ୍କାରରେ ଆରଡିସି, ଗଞ୍ଜାମ ଜିଲ୍ଲାପାଳ ଅନୁପମ ଶାହା, ବ୍ରହ୍ମପୁର ଏସ୍‌ପି, ବ୍ରହ୍ମପୁରର ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କରୁଣାକର ରାଇକାଙ୍କ ସ୍ୱାବ ପରୀକ୍ଷା ହେବାକୁ ଯାଇଥିଲା। ଦେହାନ୍ତ ପରେ ତାଙ୍କ କରୋନା ପଜିଟିଭ୍‌ ଥିବା ଆଜି ଜଣାପଡ଼ିଛି। ତେବେ ତାଙ୍କ ସଂସ୍ପର୍ଶରେ ଓ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ଥିବା ଲୋକମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସ୍ଥାନୀୟ କୋଭିଡ ଡାକ୍ତରଖାନାର ଦାୟିତ୍ୱ ଗ୍ରହଣ କରିଥିବା କରୁଣାକର ରାଇକା କିଛିଦିନ ପୂର୍ବେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ସକାଳ ୫ଟାରେ ତାଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର