ନୂଆପଡ଼ା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟର ଶୁକ୍ରବାର ଦିନ ନେସନାଲ କଲେଜଠାରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ ୧୩ ଟି ଓ ବାଳିକା ବିଭାଗରେ ୪ଟି ଦଳ ଭାଗ ନେଇଥିଲେ। ବାଳକ ବିଭାଗରେ ନୂଆପଡ଼ା ମହାମାୟା ଡିଗ୍ରୀ କଲେଜ, ମହାବିଦ୍ୟାଳୟ କେସିଙ୍ଗା କଲେଜ, କୁରୁମପୁରୀ ଶ୍ରୀସାଇ କଲେଜ, ବଡ଼ର ଡ଼ିଗ୍ରୀ କଲେଜ କଂକେରି, ଏ.ବି. ଡିଗ୍ରୀ କଲେଜ ସାନଚେର, ଖରିଆର ସ୍ଵଂୟଶାସିତ କଲେଜ, କରଲାପଡା କଲେଜ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରସ୍ବତୀ ଆଇଟି ଏଣ୍ଡ ମେନେଜମେଣ୍ଟ କଲେଜ ଭବାନୀପାଟଣା, ନେସନାଲ କଲେଜ, ନୂଆପଡା, ଡିଗ୍ରୀ କଲେଜ ମହାଲିଙ୍ଗୀ, ବିଏସ କଲଜେ କୋମନା, ମୋଡ଼େଲ ଡିଗ୍ରୀ କଲେଜ ଖଡ଼ିଆଳ, ବାଳିକା ବିଭାଗରେ ନୂଅପଡ଼ା ମହାମାୟା ଡ଼ିଗ୍ରୀ କଲେଜ, ଖରିଆର ସ୍ୱାୟଂଶାସିତ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ନୂଆପଡ଼ା ନେସନାଲ କଲେଜ, ମୋଡେଲ ଡ଼ିଗ୍ରୀ କଲେଜ ଖରିଆର ଭାଗ ନେଇଥିଲେ। ବାଳକ ଓ ବାଳିକା ବିଭାଗରେ ନେସନାଲ କଲେଜ ଚାମ୍ପିୟନ ହୋଇଥିବା ବେଳେ ରନର୍ସ ହୋଇଥିଲେ ବାଳକ ବିଭାଗରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବାଳିକା ବିଭାଗରେ ଖରିଆର ସ୍ୱାୟଂଶାସିତ ହୋଇଛନ୍ତି। ଆଜିର ଖେଳକୁ ମୁଖ୍ୟ ଅତିଥି ଭାବେ ସାଂସଦ କଳାହାଣ୍ଡି ବସନ୍ତ ପଣ୍ଡା ଓ କଲେଜ ପରିଚାଳନା କମିଟି ସଭାପତି କ୍ଷିତୀଶ ଅଶୋଳ ବୋଧଙ୍କର ଉପସ୍ଥିତ ରହି ଉଦଘାଟନ କରିଥିଲେ।
ଆନ୍ତଃ ବିଶ୍ବବିଦ୍ୟାଳୟ କବାଡ଼ି ପ୍ରତଯୋଗିତା ଅନୁଷ୍ଠିତ; ଚାମ୍ପିୟନ ହେଲୋ ନେସନାଲ କଲେଜ
/sambad/media/post_attachments/wp-content/uploads/2023/12/72391865-5b6a-4195-bb15-33cfe8edda99.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)