ଜିଲ୍ଲାକୁ ତିନି ଦିନିଆ ଗସ୍ତରେ କେବିକେ ମୁଖ୍ୟ ପ୍ରଶାସକ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାକୁ ତିନି ଦିନିଆ ଗସ୍ତରେ କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ କାମ ବୁଲି ଦେଖିବା ସହ ଜିଲ୍ଲାର ମରୁଡ଼ି ପରିସ୍ଥିତର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ସଦଭାବନା ସଭା ଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରି ଜିଲ୍ଲାରେ ମରୁଡ଼ି ମୁକାବିଲା ନେଇ ମିଲେଟ ମିସନ ବା କ୍ଷୁଦ୍ର ଶସ୍ୟ ମିସନ ଉପରେ ଗୁରୁତ୍ୱ ଦେଇ ତାର ଚାହିଦା ସୃଷ୍ଟି କରିବାକୁ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

କେବିକେ ମୁଖ୍ୟ ପ୍ରଶାସକ କୋମନା ବ୍ଲକ୍‌ର ମୁଣ୍ଡାପଲା ଏବଂ ବିଶିବାହାର ଗ୍ରାମର ଆଦିବାସୀ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଚଳିତ ଖରିଫ ଋତୁରେ ୬୧୧ ହେକ୍ଟର ମାଣ୍ଡିଆ, ଗୁର୍‌ଜି, କୋଦ ଫସଲ ମିଲେଟ୍‌ ମିସନ ସାହାଯ୍ୟରେ କୋମନା, ବୋଡ଼େନ ଏବଂ ସିନାପାଲିକୁ ସାମିଲ କରାଯାଇ ଚାଷ କରାଯାଇଥିବା ବେଳେ ଏହି ଚାଷ ଅଳ୍ପ ଜଳରେ ଅମଳକ୍ଷମ ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେବାକୁ ପ୍ରକାଶ କରିଛନ୍ତ। କୃଷି ଉତ୍ପାଦନ ଗୋଷ୍ଠୀ ଜରିଆରେ କ୍ଷୁଦ୍ର ଶସ୍ୟ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ମାଣ୍ଡିଆକୁ ଅଙ୍ଗନବାଡ଼ିରେ ଖାଦ୍ୟ ରୂପେ ପ୍ରଚଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର