ଜୟପୁର: କେସିସି ବ୍ୟାଙ୍କ ମୁଖ୍ୟଶାଖାରେ ଓଡିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଚାରିଦଫା ଦାବି ପୁରଣ ପାଇଁ କୋରାପୁଟ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଆସନ୍ତା ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ତିନିଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀ ସଂଘ ନିଷ୍ପତି ନେଇଥିଲେ। ତେବେ ରେଜିଷ୍ଟ୍ରାର ଅଫ କୋଅଫରେଟିଭ୍ ସୋସାଇଟି ସହ ଆଲୋଚନା କରାଯିବା ପରେ ଏହି ଆନ୍ଦୋଳନ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ଦାବି ଗୁଡିକ ମଧ୍ୟରେ ଗତ ୨୦୧୬ଜାନୁଆରୀ ପହିଲାରୁ ବକେୟା ସପ୍ତମ ବେତନ କମିଶନଙ୍କ ଅର୍ଥ ପ୍ରଦାନ, ୨୦୧୪ ସେପ୍ଟେମ୍ବର ପହିଲା ପରେ ଯୋଗେ ଦଇଥିବା କର୍ମଚାରୀଙ୍କ ପାଇଁ ପେନସେନ୍ କର୍ପସ ପଣ୍ଡ ଗଠନ, କ୍ୟାଡର ପଣ୍ଡକୁ କେନ୍ଦ୍ର ସମବାୟ ବ୍ୟାଙ୍କର ଅଂଶଧନ ପ୍ରଦାନ ଉପରେ ପୁର୍ନ ବିଚାର କରିବା, ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପମାନଙ୍କର ଫ୍ଲେକ୍ସି ଆକାଉଣ୍ଟ ରାଜ୍ୟ ସମବାୟ ବ୍ୟାଙ୍କରେ ଖୋଲିବା ଆଦି ରହିଛି।
ସଂଘର ସଭାପତି ଦିଗାମ୍ବର ନାୟକ, ସାଧାରଣ ସଂପାଦକ ଅରୁଣ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ପ୍ରଧାନ, ଉପସଭାପତି ଅଶୋକ କୁମାର ରଥ, କୋଷାଧ୍ୟକ୍ଷ ଗୋଲକ ବିହାରୀ ପାଇକରାୟ, ସଂଗଠନ ସପଂଦାକ ଅତ୍ୟୁଲ କୁମାର ମଲ୍ଲକୀ, ସଂପାଦକ ମନୋଜ କୁମାର ଦାଶ ପ୍ରମୁଖ ଭାଗ ନେଇଥିଲେ।