କେନ୍ଦ୍ରାପଡ଼ା: ପ୍ରଥମେ କରୋନା। ତା’ପରେ ପ˚ଚାୟତ ଆଉ ଏବେ ପୌର ନିର୍ବାଚନ। ଏହିଭଳି ଗୋଟିଏ ପରେ ଗୋଟିଏ କାରଣ ଦର୍ଶାଇ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟର ସ˚ପୂର୍ଣ୍ଣ ବାଣିଜ୍ୟ ବ୍ଲକ୍‌କୁ ନିଜ ଅକ୍ତିଆରକୁ ନେଇ ଯାଇଥିବାରୁ ପାଖାପାଖି ଦେଢ଼ ହଜାର ପିଲାଙ୍କ ପାଠପଢ଼ା ବନ୍ଦ ହେଇଯାଇଛି। ଶ୍ରେଣୀଗୃହ ଅଭାବରୁ ପିଲାମାନେ କ୍ଲାସ୍‌ କରିପାରୁନାହାନ୍ତି। ଅଧୢକ୍ଷ ଉପାୟଶୂନ୍ୟ ହେଇ କ୍ଲାସ୍‌ ବାତିଲ୍‌ କରି ନିଜ ଅସହାୟତା ପ୍ରକାଶ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଚରମ ଉଦାସୀନତା ଆଭିମୁଖ୍ୟ ଗ୍ରହଣ କରି ବାଣିଜ୍ୟ ବିଭାଗର ପାଖାପାଖି ହଜାର ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା ଅଭିଯୋଗ ହେଉଛି। ଶିକ୍ଷା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶାସନର ଏଭଳି ଖାମଖିଆଲ ମନୋଭାବକୁ ନେଇ ବୁଦ୍ଧିଜୀବୀଙ୍କଠୁ କାର୍ଯ୍ୟରତ ଅଧ୍ୟାପକ ଏବ˚ ପୁରାତନ ଛାତ୍ରଛାତ୍ରୀଙ୍କ ଯାଏ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ରାଜ୍ୟର ସର୍ବବୃହତ୍‌ ସରକାରୀ ଅନୁଦାନପ୍ରାପ୍ତ ସ୍ବୟ˚ଶାସିତ ମହାବିଦ୍ୟାଳୟ ହେଉଛି କେନ୍ଦ୍ରାପଡ଼ା। ପାଖାପାଖି ୫ହଜାରରୁ ଅଧିକ ପିଲା ଏଠାରେ ପଢ଼ୁଛନ୍ତି। ହେଲେ କରୋନା ପରଠୁ କଲେଜରେ ବିଭିନ୍ନ କାରଣ ପାଇଁ ଯେଉଁଭଳି ଭାବେ ଲଗାତର ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି, ତାହା ଚିନ୍ତାର ବିଷୟ ହୋଇଛି। ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହ ଅଭାବରୁ କ୍ଲାସ୍‌ କରିପାରୁନାହାନ୍ତି। ପ୍ରଥମେ କରୋନା ପାଇଁ ପ୍ରଶାସନ ବାଣିଜ୍ୟ ବ୍ଲକ୍‌କୁ ନିଜ ଅକ୍ତିଆରକୁ ନେଇ ସ˚ଗରୋଧ କେନ୍ଦ୍ର କରିଥିଲା। ହେଲେ କରୋନା କଟକଣା କେବେଠୁ ହଟି ଯାଇଥିଲେ ବି ଏବେ ମଧୢ କମର୍ସ ବ୍ଲକ୍‌ରେ ବ୍ୟବହୃତ ଗଦି ଥାକ ମରା ହେଇ ରହିଛି। ବାରଣ୍ତାରେ ଡେସ୍କ୍‌-ବେଞ୍ଚ୍‌ ଗଦା ହେଇଛି। ଅଥଚ ଏ ସ˚କ୍ରାନ୍ତରେ ଲିଖିତ ଜଣାଯିବା ପରେ ବି ପ୍ରଶାସନ ହଟାଇବା ଦିଗରେ କୌଣସି ପଦକ୍ଷେପ ନେଇନାହିଁ। ସବୁଠୁ ବଳି ଯାଇଛି ବର୍ତ୍ତମାନର ଅଚଳାବସ୍ଥା ସ୍ଥିତି। ପ୍ରଶାସନର ନିର୍ବାଚନ ପ୍ରକ୍ରିୟା ପାଇଁ ବାଣିଜ୍ୟ ବିଭାଗର ହଜାରରୁ ଅଧିକ ପିଲାଙ୍କ ପାଠପଢ଼ା ସ˚ପୂର୍ଣ୍ଣ ବନ୍ଦ ହେଇଯାଇଛି। ଗତ ଫେବ୍ରୁଆରିରରୁ ଏଭଳି ଅଚଳାବସ୍ଥା ଲାଗି ରହିଛି। ପ୍ରଥମେ ପ˚ଚାୟତ ନିର୍ବାଚନ ତାଲିମ୍‌ ପାଇଁ ବାଣିଜ୍ୟ ବ୍ଲକ୍‌ର ‘ରୁସା’ ବିଲ୍‌ଡି˚ ନିଆଯାଇ ସେଠାରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଗଲା। ପରେ ପରେ ଷ୍ଟ୍ରଙ୍ଗରୁମ୍‌ ଓ ଭୋଟ ଗଣତି କେନ୍ଦ୍ର ରୂପେ ବ୍ୟବହାର କରିବାକୁ ସ˚ପୂର୍ଣ୍ଣ ବାଣିଜ୍ୟ ବ୍ଲକ୍‌କୁ ନିଆଯାଇଥିଲା।

Advertisment

ଶ୍ରେଣୀଗୃହ ଅଭାବ ଦର୍ଶାଇ ସେ ସମୟରେ ଅଧୢକ୍ଷ ବାଣିଜ୍ୟ ବିଭାଗର ସମସ୍ତ କ୍ଲାସ୍‌କୁ ବାତିଲ୍‌ କରିଦେଇଥିଲେ। ମାତ୍ର, ପ˚ଚାୟତ ନିର୍ବାଚନ ସରୁ ସରୁ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଯିବାରୁ ପୁଣି ବାଣିଜ୍ୟ ବ୍ଲକ୍‌କୁ ପ୍ରଶାସନ ଅକ୍ତିଆରକୁ ନେଇଥିଲା। ଭୋଟ ଗଣତି ୨୬ରୁ ଶେଷ ହେଲାଣି। କିନ୍ତୁ ଏଯାଏ କ୍ଲାସ୍‌ରୁମ୍‌ ଭିତରେ ବନ୍ଧା ଯାଇଥିବା ବାଉଁଶ ହଟା ଯାଇନାହିଁ। ବିଦ୍ୟୁତ୍‌ ସ˚ଯୋଗ କାଟି ଦିଆଯାଇଛି। ବାହାରେ ଇଟା ଗଦା ହେଇ ରହିଛି। ଶ୍ରେଣୀଗୃହ ଭିତର ସ˚ପୂର୍ଣ୍ଣ ଅପରିଷ୍କାର ହେଇ ପଡ଼ିଥିବା ବେଳେ ଡେସ୍କ୍‌-ବେଞ୍ଚ୍‌ ବି ବ୍ୟବସ୍ଥିତ ଢଙ୍ଗରେ ପକା ଯାଇନାହିଁ।
ପ୍ରଶାସନର ଏଭଳି ଦାୟିତ୍ବହୀନତା ତଥା ଚରମ ଅବ୍ୟବସ୍ଥା ପାଇଁ ବାଣଜ୍ୟ ବିଭାଗ ପିଲାଙ୍କ କ୍ଲାସ୍‌ ଆରମ୍ଭ ହୋଇପାରୁନାହିଁ। ଏହାକୁ ନେଇ ପିଲା ମାନଙ୍କ ମଧୢରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି। ଅଧୢକ୍ଷ ପ୍ରଫେସର ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ ପ୍ରଶାସନର ନିଷ୍ପତ୍ତି ବିରୋଧରେ ଆମେ ଯାଇପାରିବୁ ନାହିଁ। ଶ୍ରେଣୀଗୃହ ଅଭାବ କାରଣରୁ ପିଲାମାନଙ୍କ ପାଠପଢ଼ା ହେଇପାରୁନଥିବା ସ˚କ୍ରାନ୍ତରେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛୁ। ଏଭଳି ସ୍ଥିତିରେ ଗୋଟିଏପଟେ ପ୍ରଶାସନର ଚରମ ଦାୟିତ୍ବହୀନତା ଏବ˚ ଅନ୍ୟପଟେ ଅଧୢକ୍ଷଙ୍କ ଅସହାୟତା ଭିତରେ ହଜାରରୁ ଅଧିକ ବାଣିଜ୍ୟ ବିଭାଗର ପିଲାମାନଙ୍କ ପାଠପଢ଼ା ଯେଉଁଭଳି ଭାବେ ବ୍ୟାହତ ହୋଇଛି, ତାହା ସମଗ୍ର ସରକାରୀ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଉଛି।