କେନ୍ଦ୍ରାପଡ଼ାରେ ସେକ୍ସ ରାକେଟ ଠାବ: ରାଣୀ ମହୁମାଛି ସହିତ ଦୁଇ ଯୁବକ ଓ ଯୁବତୀ ଗିରଫ

କେନ୍ଦ୍ରାପଡ଼ା: ଗତ ରବିବାର ଦିନ କେନ୍ଦ୍ରାପଡ଼ା ଟାଉନ୍‌ ପୁଲିସ ଏକ ସେକ୍ସ ରାକେଟ ଠାବ୍‌ କରିଛି । କେନ୍ଦ୍ରାପଡ଼ା ଖଡ଼ିଅଙ୍କ ଗ୍ରାମରେ ମାଣିକ ବତୀ ସିଂହଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଅନେକ ଦିନ ହେବ ସୂଚନା ପାଇଥିଲା। ସେବେଠାରୁ ଏହି ଘର ଉପରେ ପୁଲିସ ନଜର ରଖି ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଭାବେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ପୁଲିସ ଅସଂଜତ ଅବସ୍ଥାରେ ଦୁଇଜଣ ଯୁବକ ଓ ଯୁବତୀଙ୍କୁ ଗିରଫ କରିବା ସହିତ ରାଣମହୁମାଛିକୁ ବି  କାବୁ କରି ନେଇଛି। ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଅପରାହ୍ନରେ ଅନୁଗୁଳଜିଲ୍ଲାର ଗୀତାଗ୍ରାମରେ ପୁଲିସ ଏକ ସେକ୍ସ ରାକେଟ ଠାବ କରି ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଅଟକ ରଖିଛି। ଏମାନଙ୍କଠାରୁ ପୁଲିସ ନଗତ ୫୦ହଜାର ଟଙ୍କା ଜବତ କରିଥିଲା।

ଅନୁଗୁଳ ଜିଲ୍ଲାର ଶିକ୍ଷକପଡାରେ ରହୁଥିବା ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଦୁଇପୁଅ ଗୀତାଗ୍ରାମରେ ଏକ ଭଡ଼ା ଘର ନେଇ ସେକ୍ସ ରାକେଟ ଚଳାଇଥିଲେ। ଏମାନେ ସମ୍ବଲପୁରରୁ ଦୁଇଜଣ ଯୁବତୀଙ୍କୁ ଆଣି ଏହି ସେକ୍ସ ରାକେଟ ଚଳାଉଥିଲେ। ପୁଲିସ ଆକସ୍ମିକ ଭାବେ ଏହି ଭଡ଼ା ଘରେ ଚଢ଼ଉ କରି ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଘଟଣାସ୍ଥଳରୁ ଜବତ କରିଥିଲା। ଏହି ଘଟଣାରେ ସାମିଲ ଥିବା ମା, ବାପା ଓ ଦୁଇ ପୁଅକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ପୁଲିସ ସୂଚନା ଦେଇଥିଲା।

ସମ୍ବନ୍ଧିତ ଖବର