କେନ୍ଦ୍ରାପଡ଼ା: ଦିନକୁ ଦିନ ସାଇବର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହି ସାଇବର ଠକ ହାବୁଡ଼ରେ ଜଣେ ଯବାନ ପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୋରୁଆ ଗାଁର ମହେଶ୍ବର ସାହୁ ସିଆରପିଏଫରେ କାର୍ଯ୍ୟରତ ଅଛନ୍ତି। ସେ ଛୁଟିରେ ଘରକୁ ଆସିଥିବା ବେଳେ ଫେବ୍ରୁଆରି ୬ ତାରିଖରେ କର୍ମସ୍ଥଳୀକୁ ଯିବାକୁ ବିମାନ ଟିକେଟ କାଟିଥିଲେ। ପରେ କୌଣସି କାରଣରୁ ସେ ଉକ୍ତ ଟିକେଟକୁ ବାତିଲ କରିଥିଲେ।
ତେବେ ବାତିଲ ଟିକେଟ ଟଙ୍କା ଫେରି ପାଇବା ପାଇଁ ସେ ଇଣ୍ଡିଗୋ ଏୟାରଲାଇନ୍ସ ସେବା କେନ୍ଦ୍ରକୁ ଫୋନ କରିଥିଲେ। ଯେଉଁ ଏଜେନ୍ସି ଜରିଆରେ ସେ ଟିକେଟ କରିଥିଲେ ସେହି ଏଜେନ୍ସି ଜରିଆରେ ଟଙ୍କା ଫେରସ୍ତ ପାଇବେ ବୋଲି ସୂଚନା ପାଇଥିଲେ। ପରେ ମହେଶ୍ବର ଟିକେଟ ଏଜେନ୍ସିକୁ ଫୋନ କରୁଥିବା ବେଳେ ସାଇବର ଠକ ତାଙ୍କ ଫୋନକୁ ହ୍ୟାକ କରି ବ୍ୟାଙ୍କ ଆକାଉଣ୍ଟରୁ ୧ଲକ୍ଷ ୬୩ହଜାର ଟଙ୍କା ଲୁଟି ନେଇଥିଲେ।
ଏହି ଲୁଟର ଶିକାର ହେବା ପରେ ମହେଶ୍ବର ସାହୁ ସାଇବର ସେଲରେ ଅଭିଯୋଗ କରିବା ସହିତ ପାଟକୁରା ଥାନାରେ ଏତଲା ଦେଇଥିଲେ। ଗତ ୧୯ ତାରିଖରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରୁ ୨୪ହଜାର ଲୁଟି ନେଇଥିବା ସାଇବର ଠକ ୨୦ ତାରିଖରେ ମହେଶ୍ବର ସାହୁଙ୍କ ଏସଡିଏଫସି ଆକାଉଣ୍ଟରୁ ୧ଲକ୍ଷ, ୩୯ହଜାର, ୨୮୮ଟଙ୍କା ଉଠାଇ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/5-24-750x430-1.jpg)