ରେଳ ବଜେଟ୍ରେ କେନ୍ଦ୍ରାପଡ଼ା ନିରାଶ: ତୁଳସୀକ୍ଷେତ୍ରକୁ ପାସେଞ୍ଜର୍ ଟ୍ରେନ୍ ଗଡ଼ିପାରିଲାନି
ହରିଦାସପୁର-ପାରାଦୀପ ରେଳ ଲାଇନ୍ ପାଇଁ ନୂଆ କିଛି ନାହିଁ; ଖର୍ଚ୍ଚ ଭରଣା ପାଇଁ ମିଳିଛି ୫୦ କୋଟି
କେନ୍ଦ୍ରାପଡ଼ା : ବର୍ଷେ ବିତିଗଲା ଅଥଚ କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇପାରିଲା ନାହିଁ। ଆଶା ଥିଲା, ଏଥର ହରିଦାସପୁର-ପାରାଦୀପ ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳର ଘୋଷଣା ହେବ। କିନ୍ତୁ ତାହା ବି ହେଲା ନାହିଁ। ଏହାକୁ ନେଇ ଜିଲ୍ଳାବାସୀଙ୍କ ମଧୢରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଉ କେତେ ପ୍ରତିବାଦ ଆନ୍ଦୋଳନ, ରେଳରୋକ, ଚିଠି ଲେଖିବା ପରେ ଯାଇ ରେଳବାଇ କର୍ତୃପକ୍ଷଙ୍କ ନିଦ ଭା˚ଗିବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି।
ଦୀର୍ଘ ଅଢେ଼ଇ ଦଶନ୍ଧିର ପ୍ରତୀକ୍ଷା ପରେ କେନ୍ଦ୍ରାପଡ଼ାକୁ ରେଳ ଗଡ଼ିଲା। କିନ୍ତୁ ତାହା ମାଲବାହୀ ଟ୍ରେନ୍ରେ ସୀମିତ ରହିଛି। ଗଲା ଦୁଇ ବର୍ଷରୁ ଅଧିକ ଦିନ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଦାବି ହୋଇ ଆସୁଛି। ବିରୋଧୀ କ˚ଗ୍ରେସଠୁ ଶାସକ ବିଜେଡି ଯାଏ ସମସ୍ତେ ଏଥିପାଇଁ ଆନ୍ଦୋଳନ କରି ସାରିଲେଣି। ରାଜ୍ୟପାଳ ମଧ୍ୟ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ତୁଳସୀକ୍ଷେତ୍ରକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାକୁ ପରାମର୍ଶ ଦେଲେଣି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ସବୁପ୍ରକାର ଭିତ୍ତିଭୂମି ତଥା ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସୁବିଧା କରାଯିବା ସତ୍ତ୍ବେ ଯାତ୍ରୀବାହୀ ଟ୍ରେନ୍ ଚାଲିପାରୁନାହିଁ।

୮୨ କିଲୋମିଟର ବିଶିଷ୍ଟ ଏହି ହରିଦାସପୁର-ପାରାଦୀପ ରେଳ ଲାଇନ୍ର ଗତ ୨୦୨୦, ସେପ୍ଟେମ୍ବର ୨୦ତାରିଖରେ ରେଳ ଚଳାଚଳ ଶୁଭାରମ୍ଭ ଆରମ୍ଭ କଲା। ମାଲବାହୀ ଟ୍ରେନ୍ ଚାଲିବାରୁ ଜିଲ୍ଲାବାସୀ ଯାତ୍ରୀବାହୀ ଟ୍ରେନ୍ ଦାବି କଲେ। ଦାବି ମୁତାବକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସ˚ହପୁର ଜିଲ୍ଲା ଦେଇ ଯାଇଥିବା ଏହି ରେଳ ଲାଇନ୍ରେ ୯ଟି ଷ୍ଟେସନ୍ ବି ଯାତ୍ରୀଙ୍କ ପାଇଁ କରାଗଲା। ରେଳବାଇ ନିରାପତ୍ତା କମିସନ୍ ଓ ହରିଦାସପୁର ପାରଦୀପ ରେଲେଵ କ˚ପାନି ଲିମିଟେଡ୍(ଏଚପିଆରପିସିଏଲ୍) କର୍ତୃପକ୍ଷ ବି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ସବୁଜ ସ˚କେତ ଦେଲେ। ୮୨କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପରେ ସର୍ବାଧିକ ୪୨କିଲୋମିଟର ରେଳ ଲାଇନ୍ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଛି। ଜିଲ୍ଳାବାସୀ ପ୍ରକଳ୍ପ ସାକାର କରିବା ପାଇଁ ଜମି ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟ ଯେ ସର୍ବାଧିକ ଜମି ଦେଇଥିବା କେନ୍ଦ୍ରାପଡ଼ାବାସୀଙ୍କ ନିଜ ଜିଲ୍ଲାରୁ ଟ୍ରେନ୍ରେ ଯାତ୍ରା କରିବା ସ୍ବପ୍ନ ଏଯାଏ ପୂରଣ ହୋଇପାରିଲା ନାହିଁ।
ଏ ସଂପର୍କରେ ବରିଷ୍ଠ କ˚ଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି ଆଶା ଥିଲା ବହୁବାର ଆନ୍ଦୋଳନ କରାଯାଇଥିବାରୁ ରେଳ ବଜେଟ୍ରେ ହରିଦାସପୁର-ପାରାଦୀପ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚାଲିବା ସ˚ପର୍କରେ ଘୋଷଣା ହେବ ଏବ˚ କେନ୍ଦ୍ରାପଡ଼ାବାସୀଙ୍କ ଦାବି ପୂରଣ ହେବ। କିନ୍ତୁ କେବଳ କେନ୍ଦ୍ରାପଡ଼ା କାହିଁକି, ସାରା ରାଜ୍ୟର କୌଣସି ଅ˚ଚଳ ପାଇଁ ବି ନୂଆ ଟ୍ରେନ୍ ଚାଲିବା ସ˚ପର୍କରେ ଘୋଷଣା ହୋଇନଥିବା ଆମକୁ ନିରାଶ କରିଛି।