ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆ ଅଂଚଳରେ ଗତ ୧୫ ତାରିଖରେ ଉପାସନ-୧ ନାମକ ଟ୍ରଲରରେ ୧୩ ଜଣ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଗତକାଲିଠାରୁ ଟ୍ରଲର ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଫଳରେ ଆଜି ଟ୍ରଲରକୁ ଖୋଜିବା ଆରମ୍ଭ କରାଯାଇଥିଲା। ଟ୍ରଲରଟି ଅଧା ବୁଡିବା ଅବସ୍ଥାରେ ଠାବ କରାଯାଇଥିବା ବେଳେ ୧୨ ଜଣ ସମୁଦ୍ରରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ୨ ଜଣ ତାଳଚୁଆଠାରେ ପହଞ୍ଚିଛନ୍ତି। ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ଅଣାଯାଉଥିବା ସୂଚନା ରହିଛି।
ରାଜନଗର: ସମୁଦ୍ରରୁ ଉଦ୍ଧାର ହେଲେ ୧୨ ଜଣ ମତ୍ସ୍ୟଜୀବୀ
/sambad/media/post_attachments/wp-content/uploads/2022/06/b0cf8397-c7db-4253-a64e-1e464cffb8c3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)