୧୨ କେଜି ହରିଣ ମା˚ସ ଜବତ; ଶିକାରୀ ଗିରଫ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ସୁନେଇ ରୂପେଇ ଜଙ୍ଗଲରେ ହରିଣ ଶିକାର କରି ବାଇକରେ ନେଉଥିବା ବେଳେ ବନବିଭାଗ ଟିମ ଚଢଉ କରି ୧୨ କେଜି ହରିଣମା˚ସ ଜବତ କରିଛି। ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ ବଗପାଟିଆ ଗାଁର ସୁକାନ୍ତ ପରିଡା ସୁନେଇ ରୂପେଇ ଜଙ୍ଗଲରେ ଫାସ ବସାଇ ହରିଣ ଶିକାର କରିଥିଲେ। ଜଙ୍ଗଲ ମଧୢରେ ହରିଣକୁ କାଟି ୧୨ କେଜି ମା˚ସ ହରିହରପୁର ଗାଁର କିରଣ ସ୍ବାଇଁ ଓ ବାସୁଦେବ ସ୍ବାଇଁଙ୍କୁ ବିକ୍ରି କରିଥିଲେ। ଏହି ଦୁଇଜଣ ହରିଣ ମା˚ସକୁ ବାନ୍ଧି ଯିବାକୁ ବାହାରିଥିବା ବେଳେ ବନବିଭାଗର ପାଟ୍ରୋଲି˚ ଟିମ ସେଠାରେ ଚଢାଉ କରିଥିଲେ। କିରଣ ସ୍ବାଇଁଙ୍କୁ ବନବିଭାଗ ଟିମ କାବୁ କରିନେଇଥିବା ବେଳେ ଘଟଣାସ୍ଥଳରୁ ବାସୁଦେବ ସ୍ବାଇଁ ଫେରାର ହୋଇଯାଇଥିଲେ। ଗୁପ୍ତି ଫରେଷ୍ଟର ପ୍ରଦୀପ କୁମାର ସ୍ବାଇଁଙ୍କ ନେତୃତ୍ବରେ ଫରେଷ୍ଟଗାର୍ଡ ଅଭିରାମ ଦାସ, ପ୍ରଫୁଲ୍ଲ ମାଝି ସଦଳବଳେ ଚଢାଉ କରିଥିଲେ।

ସମ୍ବନ୍ଧିତ ଖବର