୪ ଟ୍ରଲର ଜବତ, ୩୯ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ କୋଷ୍ଟଗାର୍ଡ ୪ଟି ଟ୍ରଲର ଜବତ କରିଛି। ଏଥିରେ ଥିବା ୩୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଗତକାଲି କୋଷ୍ଟଗାର୍ଡ ପକ୍ଷରୁ ପାଟ୍ରୋଲିଂ ବେଳେ ଗହୀରମଥାର ହୁକିଟେଲା ନିକଟରେ ମାଛ ମାରୁଥିବା ‘ରାଜଲକ୍ଷ୍ମୀ’, ‘ଓଁ ସାଇବାବା’, ‘ଦଣ୍ଡକାଳୀ’ ଓ ‘ମା’ ଶାରଦା’ ଆଦି ଟ୍ରଲରଗୁଡ଼ିକୁ ଜବତ କରାଯାଇଥିଲା। ଏଥିରେ ଥିବା ଗଦାଧର ଦାସ, ଶମ୍ଭୁନାଥ ରାଉତ, ଅଜିତ କୁମାର ଦେ, ରଂଜିତ ଦାସ, ସଂଜୀବ ଦାସ, ଦିଲୁ ମାଝୀ, ଦୀନେଶ ମାଝୀ, ବାବୁରାମ ମାଝୀ, ଧନେଶ୍ୱର ମାଝୀ, ଗୌରହରି ଗିରି, ଗୁରୁପଦ ଦାସ, ମହାଦେବ ସିଂହ, ବୁଦ୍ଧିଆ ସିଂହ, ସନିଆ ସିଂହ, ଗଗନ ସିଂହ, ସଂଜୟ ସିଂହ, ମୋହନ ସିଂହ, ମାଧ ସିଂହ, ମଙ୍ଗୁ ସିଂହ, ପ୍ରଶାନ୍ତ ସିଂ, ଯଦୁ ନନ୍ଦନ ଜେନା, ଲାଲ ମୋହନ ସାହୁ, ସହଦେବ ବର୍ମନ, ଜଗବନ୍ଧୁ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ଭାରତ ଟୁଡ଼ୁ, ୟୁସୁଫ ସାହା, ଶଙ୍କର କର, ସହଦେବ କଳା, ଜଗନ୍ନାଥ ମଣ୍ଡଳ, ସୁକୁମାର ମାରାଣ୍ଡିଙ୍କ ସମେତ ୩୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଟ୍ରଲରଗୁଡ଼ିକରୁ ୨୦ କୁଇଣ୍ଟାଲରୁ ଅଧିକ ମାଛ, ଜିପିଏସ୍‌, ଜାଲ ସମେତ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଥିଲା।

ଗିରଫ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ହସ୍ତାନ୍ତର କରିବା ପରେ ବନବିଭାଗ ସେମାନଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର