୩ ବଖରା ଘର ଓ ଗୁହାଳ ଜଳିଗଲା, ଗାଈ ମୃତ

ମହାକାଳପଡ଼ା: ଗତକାଲି ସୋମବାର ବିଳମ୍ବିତ ରାତିରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କଂସାର ବଡ଼ଦାଣ୍ତୁଆ ପଞ୍ଚାୟତର ତରପଦା ଗ୍ରାମରେ ଅଗ୍ନିକାଣ୍ତ ଘଟିଛି। ଏହି ଅଗ୍ନିକାଣ୍ତରେ ୩ଟି ପରିବାରର ୩ ବଖରା ନଡ଼ା ଛପର ଘର ଜଳି ଯାଇଥିବା ବେଳେ ଏକ ଗୁହାଳ ଘର ମଧ୍ୟ ଜଳିଯାଇଛି। ଗୁହାଳ ଘର ମଧ୍ୟରେ ଥିବା ଏକ ଗାଇ ଜୀବନ୍ତଦଗ୍ଧ ହୋଇଥିବା ବେଳେ ଅନ୍ୟ ୨ଟି ଗାଈ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତରପଦା ଗ୍ରାମର ଅନିଲ ଗାଏନ, ସୁନିଲ ଗାଏନ ଓ ସୁଶିଲ ଗାଏନଙ୍କ ଘରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ସେମାନଙ୍କର ୩ ବଖରା ଘର ପୋଡ଼ିଯିବା ସହିତ ଅନ୍ୟାନ୍ୟ ଆସବାପତ୍ର, ଧାନଚାଉଳ ଆଦି ପୋଡ଼ିଯାଇଛି। ଖବର ପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ସ୍ଥାନୀୟ ସରପ‌ଞ୍ଚ ଲୋଭାବତୀ ରାଉତ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତୁରନ୍ତ ସରକାରୀ ସହାୟତା ବିପନ୍ନ ପରିବାରକୁ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର