ବିଧବାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଟକ

ମାର୍ଶାଘାଇ : କେନ୍ଦ୍ରାପଡ଼ା ବ୍ଲକ୍ ମାର୍ଶାଘାଇ ଥାନା ଅର୍ନ୍ତଗତ ବଡ଼ପାଳଗଡା ଅଞ୍ଚଳରେ ଜଣେ ବିଧବାଙ୍କୁ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯିବା ସହ ମାଡ଼ ମରାଯାଇଥିବା ଅଭି‌େଯାଗ ହୋଇଛି। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ପୁଲିସ ସୂଚନାରୁ ଜଣାପଡ଼ିଛି, ପଳାସପୁରର ଘନଶ୍ୟାମ ବେହେରା ଗୁପ୍ତି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ନିଜ ଆଖୁ ବିଲରେ କାମ କରାଇବାକୁ ଆଣି ବଡ଼ପାଳସ୍ଥିତ ଭଡ଼ାଘରେ ରଖିଥିଲେ। ମହିଳାଙ୍କ ଜ୍ବାଇଁଙ୍କୁ ମଧ୍ୟ ସେ ପାଖରେ ରଖିଥିଲେ। ଘନଶ୍ୟାମ ବିବାହିତ ହୋଇଥିବା ବେଳେ ଏହି ଘଟଣାକୁ ତାଙ୍କ ପତ୍ନୀ ଗ୍ରହଣ କରିପାରୁ ନ ଥିଲେ। ଗତ ୧୪ତାରିଖ ରାତିରେ ଘନଶ୍ୟାମଙ୍କ ପତ୍ନୀ, ଦୁଇ ଶଳାଙ୍କ ସମେତ ୬ଜଣ ଏକ ବୋଲରୋରେ ଆସି ସଂପୃକ୍ତା ବିଧବା, ତାଙ୍କ ଜ୍ବାଇଁ ଓ ଘନଶ୍ୟାମଙ୍କୁ ଉଠାଇନେଇ ମହାକାଳପଡା ବ୍ଲକ ରାମନଗର ଆଡ଼କୁ ନେଇଯାଇଥିଲେ। ସେଠାରେ ଅପହରଣକାରୀମାନେ ବିଧବାଙ୍କୁ ଗଣଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଅନ୍ୟ ଦୁଇଜଣଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ। ୧୫ ତାରିଖ ପୂର୍ବାହ୍ନ ରେ ସେମାନେ ଏହି ୩ଜଣଙ୍କୁ ଆଣି ଭଡ଼ାଘର ପାଖରେ ଛାଡି ଚାଲିଯାଇଥିଲେ। ଏ ନେଇ ଗତକାଲି ବିଧବାଙ୍କ ଜ୍ବାଇଁ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଆଇଆଇସି କାଳିନ୍ଦୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର