କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସ˚କ୍ରାନ୍ତରେ ନିର୍ଦେଶନାମା ଜାରି କରିଛି। ୨୦୨୩-୨୪ଶିକ୍ଷା ବର୍ଷରେ ଖୋଲିଥିବା ଏହି ନୂଆ ବିଷୟ ଗୁଡ଼ିକ ହେଉଛି ଉଦ୍ଭିଦ ବିଜ୍ଞାନ, ହିନ୍ଦୀ, କ˚ପ୍ୟୁଟର‌୍‌ ସାଇନ୍‌ସ, ଗଣିତ ଏବ˚ ଇ˚ରାଜୀ। ଏହା ପୂର୍ବରୁ ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ସୁବିଧା ଥିଲା। ମାତ୍ର ଗତ ସପ୍ତାହରେ ଶିକ୍ଷା ବିଭାଗ ଆଉ ପାଞ୍ଚଟି ବିଷୟ ଖୋଲିବା ପାଇଁ ଅନୁମତି ଦେବା ପରେ କେନ୍ଦ୍ରାପଡ଼ା କଲେଜରେ ସମୁଦାୟ ୧୫ଟି ବିଷୟରେ ପିଲା ମାନେ ପିଜି କରିବାର ସୁବିଧା ପାଇପାରିବେ। ଗୋଟିଏପଟେ କେନ୍ଦ୍ରପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଦାବି, ଆନ୍ଦୋଳନ ହେଇ ଆସୁଛି। ଅନ୍ୟପଟେ ବିଭାଗ ଗୋଟିଏ ପରେ ଗୋଟିଏ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେବା ଆଉ ଯୁକ୍ତ ତିନି କଳା ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବା ଘଟଣା ବିଶ୍ବବିଦ୍ୟାଳୟ ମାନ୍ୟତା ମାର୍ଗକୁ ଅଧିକ ପ୍ରଶସ୍ତ କରୁଥିବା ଆଲୋଚନା ହେଉଛି। ଉଲ୍ଲେଖଥାଉ କି, କେନ୍ଦ୍ରାପଡ଼ା କଲେଜରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ କର୍ତୃପକ୍ଷଙ୍କୁ ବହୁ କସରତ୍‌ କରିବାକୁ ପଡ଼ିଛି। ୨୦୧୮, ନଭେମ୍ବର ୨୯ତାରିଖରେ କେନ୍ଦ୍ରାପଡ଼ା କଲେଜ ପକ୍ଷରୁ ଇ˚ରାଜୀ, ଓଡ଼ିଆ, ଅର୍ଥନୀତି, ରାଜନୀତି ବିଜ୍ଞାନ, ହିନ୍ଦୀ, ଏମ୍‌.କମ୍‌(ଇନକମ୍‌ ଟ୍ୟାକ୍ସ୍‌) ଏବ˚ ପଦାର୍ଥ ବିଜ୍ଞାନ ପ୍ରମୁଖ ସାତଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରାଯାଇଥିଲା। ପ୍ରତି ବିଷୟରେ ୩୨ଟି ଲେଖାଏ ସିଟ୍‌ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। କଲେଜର ଏହି ପ୍ରସ୍ତାବକୁ ୨୦୧୯, ଡିସେମ୍ବର ୧୧ତାରିଖରେ ବିଭାଗର ଉଚ୍ଚକ୍ଷମତା ସ˚ପନ୍ନ କମିଟି ବୈଠକରେ ବିଚାରକୁ ନିଆଯିବା ପରେ ଏକ ଯୁଗ୍ମ କମିଟି କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ଆସିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ଅଫିସ୍‌ରୁ ଏକ ଯୁଗ୍ମ ଟିମ୍‌ ୨୦୨୦, ଜାନୁଆରୀ ୨୨ତାରିଖରେ କଲେଜ ଆସି ବୁଲି ଦେଖିବା ପରେ ରିପୋର୍ଟ ଦେଇଥିଲା। କିନ୍ତୁ ଏହି ରିପୋର୍ଟକୁ ଦୁଇ ବର୍ଷ ବିତି ଯିବା ପରେ ବି ପିଜି ପାଠ୍ୟକ୍ରମ ଖୋଲିନଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଗଣମାଧ୍ୟମରେ ବିଭାଗର କେନ୍ଦ୍ରାପଡ଼ା କଲେଜ ପ୍ରତି ଉଦାସୀନତା ନୀତିକୁ ନେଇ ଏକାଧିକ ଖବର ପ୍ରକାଶ ପାଇଥିଲା।

ଖବର ପ୍ରକାଶ ପାଇବା ପରେ ବିଭାଗ ତତ୍ପରତା ଦେଖାଇବା ପୂର୍ବକ ଗତ ସେପ୍ଟେମ୍ବର  ୭ ତାରିଖରେ ପ୍ରଥମ ଦଫାରେ ଅର୍ଥନୀତି, ରାଜନୀତି ବିଜ୍ଞାନ, (ଏମ.କମ.) ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ଆଦି ୪ଟି ବିଷୟରେ ଅନୁମତି ମିଳିଥିଲା। ଦ୍ବିତୀୟ ଦଫାରେ ସେପ୍ଟେମ୍ବର ୨୬ତାରିଖରେ ଆଉ ପାଂଚଟି ବିଷୟ ଓଡିଆ ସମେତ ମନସ୍ତତ୍ୱ, ଶିକ୍ଷା ଓ (ଏମ.ଏସ.ସି.) ରସାୟନ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ଆଦି ବିଷୟକୁ ଅନୁମତି ମିଳିଥିଲା। ହେଲେ ଇଂରାଜୀ ଓ ହିନ୍ଦୀ ବିଷୟକୁ ବିଭାଗ ଝୁଲାଇ ରଖିଥିଲେ। ତେବେ ଗତ ଏପ୍ରିଲ୍‌ ୨୭ତାରିଖରେ ଏହି ଦୁଇ ବିଷୟ ସମେତ ଆଉ ୫ଟି ବିଷୟକୁ ମଂଜୁରୀ ମିଳିଛି ା ହିନ୍ଦୀ, ଇଂରାଜୀ, ଉଦ୍ଭିଦ ବିଜ୍ଞାନ, ଗଣିତ, କଂପୁ୍ରଟର ସାଇନ୍‌ସ ବି‌ଷୟ ପାଇଁ ୩୨ଟି ଲେଖାଏ ସିଟ୍ ଖୋଲିବାକୁ ଅନୁମତି ମିଳିଛି ା କେବଳ ପାଂଚଟି ନୂଆ ବିଷୟରେ ପିଜି ପାଠ୍ୟକ୍ରମ ଖୋଲିଛି ତା’ ନୁହେଁ; ଯୁକ୍ତ ତିନି କଳା ସିଟ୍‌ ସଂଖ୍ୟା ବି ବୃଦ୍ଧି ପାଇଛି ା ଯୁକ୍ତ ତିନି କଳା ସିଟ୍‌ ୩୮୪ରୁ ବୃଦ୍ଧି ପାଇ ୪୪୮ରେ ପହଞ୍ଚିଥିବା ବେଳେ ୧୬ଟି ସିଟ୍‌ର ଭୂଗୋଳ, ୩୨ସିଟ୍‌ର ହୋମ୍ ସାଇନ୍‌ସ ଅନର୍ସ ବିଭାଗ ନୂଆ କରି ଖୋଲିଛି ା ସେହିପରି ୩୨ଟି ସିଟ୍‌ ଲେଖାଏ ବିସିଏ ଏବଂ ଇନ୍‌ଫରମେସନ୍ ସାଇନ୍‌ସ ବିଷୟ ପାଇଁ ବି ଅନୁମତି ମିଳିଛି ା
କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପ‌ାଳ ଚନ୍ଦ୍ର ବେହେରା କହିଛନ୍ତି ଯେ ଏହା କଲେଜ ପାଇଁ ଗର୍ବର ବିଷୟ । ପିଲାମାନଙ୍କୁ ଆଉ ପିଜି କରିବାକୁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏହି କଲେଜରେ ଯୁକ୍ତ ତିନି ପାସ୍ କରିବା ପରେ ପିଜି କରିପାରିବେ। ଗତ ସେପ୍ଟେମ୍ବରରେ ଯେଉଁ ୯ଟି ପିଜି ବିଷୟକୁ ଅନୁମତି ମିଳିଥିଲା, ତାହା  ନାମଲେଖା ସରି ପାଠପଢ଼ା ଚାଲିଛି ା ଏବେ ଆଉ ୫ଟି ବିଷୟକୁ ମଂଜୁରି ମିଳିଲା ା ପୂର୍ବରୁ ସୋସିଓଲୋଜି ବିଷୟରେ ପିଜି ସୁବିଧା ଥିଲା ା ମୋଟ ଉପରେ ୧୫ଟି ବିଷୟରେ ପିଲାମାନେ ଏଠାରେ ପିଜି କରିପାରିବେ ବୋଲି ଶ୍ରୀ ବେହେରା କହିଛନ୍ତି ା

ସମ୍ବନ୍ଧିତ ଖବର