କେନ୍ଦ୍ରାପଡ଼ା: ଆଜି ସକାଳେ ସଦର ଥାନା ଜଣ୍ଟିଲୋ ବାଙ୍କବନ୍ଧ ନିକଟରେ ଦୁର୍ଘଟଣା ଘଟିଛି। ଏଠାରେ ଭଲ ମଟନ୍ ମିଳୁଥିବା ହେତୁ ଛାଡ଼ଖାଇ ଲାଗି କିଛିଲୋକ ରାସ୍ତା ପାଖରେ ବାଇକ୍ ରଖି ମାଂସ ଦୋକାନରେ ଭିଡ଼ ଜମାଇଥିଲେ। ଆଳି ପଟୁ ୩ ଯାତ୍ରୀଙ୍କୁ ଧରି ଆସୁଥିବା ଏକ ମାରୁତି ସୁଇଫ୍ଟ କାର୍‌ ବାଇକ୍‌ଗୁଡ଼ିକୁ ଧକ୍କା ଦେଇ ମାଡ଼ିଯାଇଥିଲା।

Advertisment

ଧକ୍କା ଦେବା ପରେ କାର‌ଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହାଫଳରେ କାର୍ ଭିତରେ ଥିବା ୩ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଖାଲି ସେତିକି ନୁହେଁ କେତୋଟି ବାଇକ୍ ବି ଭାଙ୍ଗିଯାଇଥିଲା। ତେବେ କାର୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲା।