ଷଣ୍ଢ ସହିତ ବାଇକ୍ ଧକ୍କା, ଯୁବକ ଗୁରୁତର

ଆଳି: ଗତକାଲି ରାତିରେ କଟକ-ଚାନ୍ଦବାଲି ରାସ୍ତାର ମାଳପାଟଣା ନିକଟରେ ଏକ ବୁଲାଷଣ୍ଢ ସହିତ ବାଇକ୍ ଧକ୍କାରେ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଆଳି ଥାନା ଭୂଇଁପୁର ଗ୍ରାମ ନିବାସୀ ଅକ୍ଷୟ ରାଉତଙ୍କ ପୁଅ ଅୟସ ଆଜି ରାତିରେ ନିଜ ମୋଟର ସାଇକେଲରେ ଆଳିରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିଲେ।

ମାଳପାଟଣା ଛକ ନିକଟରେ ଏକ ଷଣ୍ଢ ଉପରେ ହଠାତ ବାଇକ ପିଟି ହୋଇଯାଇଥିଲା।ଫଳରେ ଅୟସ ବାଇକରୁ ଛିଟିକି ରାସ୍ତାରେ ପିଟି ହୋଇଯାଇଥିଲେ। ଦୁର୍ଘଟଣା ଯୋଗୁ ଅୟସଙ୍କ ମୁଣ୍ଡ ପଛପଟ ରାସ୍ତାରେ ପିଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ହାତ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକମାନେ ଅୟସଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ିରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅୟସଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର