କେନ୍ଦ୍ରାପଡ଼ା: ବୁଧବାର ଅପରାହ୍ନରେ ହାଜିରା ଦେବାକୁ ଆସିଥିବା ଜଣେ ଅଭିଯୁକ୍ତ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟ ପରିସରରେ ଟଳି ପଡ଼ିଥିଲେ। ମୃତ ଅଭିଯୁକ୍ତ ନାମ ସୁନିଆ ମଲ୍ଲିକ୍ । ଏବଂ ଘର ଜମ୍ବୁ ଥାନା ଛପାଲି ଗ୍ରାମ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ସୁନିଆ ମଲ୍ଲିକ୍ ବେଆଇନ୍ ମାଛ ମାରିବା ମାମଲାରେ ଗିରଫ ହୋଇଥିଲେ। ତେବେ ବୁଧବାର ଅର୍ଥାତ୍ ଜାନୁଆରି ୯ ତାରିଖରେ ଅଭିଯୁକ୍ତ ସୁନିଆ ମଲ୍ଲିକ୍ ସମେତ ଅନ୍ୟ ୩୦ଜଣ ହାଜିରା ଦେବାକୁ କେନ୍ଦ୍ରାପଡ଼ା ଏସ୍ଡିଜେଏମ କୋର୍ଟକୁ ଆସିଥିଲେ। ଏହି ସମୟରେ ସୁନିଆ ମଲ୍ଲିକ୍ଙ୍କ ମୁଣ୍ଡ ବୁଲାଇ ଥିଲା ଓ ସେଠାରେ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ସେଠାରୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ସୁନିଆ ମଲ୍ଲିକ୍କୁ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କ ଅବସ୍ଥା ପୂର୍ବରୁ ଅସୁସ୍ଥା ଥିବା ଜଣାପଡ଼ିଛି।