ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର: ପାଟକୁରାର ବିଜେଡି ବିଧୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ସେଠାରେ ନିର୍ବାଚନ ସ୍ଥଗିତ କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ରିଟର୍ଣ୍ଣି ଅଫିସର । ଏନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ଏହି ନିଷ୍ପତି ନେଇଛନ୍ତି ରିଟର୍ଣ୍ଣିଂ ଅଫିସର । ପାଟକୁରାରେ ପୁଣିଥରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ସାନି ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ରିଟଣ୍ଣିଂ ଅଫିସର । ନିୟମ ଅନୁଯାୟୀ କୌଣସି କାରଣବଶତଃ ଯଦି ନିର୍ବାଚନକୁ ସ୍ଥଗିତ ରଖାଯାଏ ଏହାର ୬ ମାସ ମଧ୍ୟରେ ଏଠାରେ ନିର୍ବାଚନ କରିପାରିବେ ନିର୍ବାଚନ କମିଶନ ।

ସମ୍ବନ୍ଧିତ ଖବର