ଭୁବନେଶ୍ୱର: ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ମୃତ୍ୟୁ ପରେ ପାଟକୁରା ବିଧାନସଭା ଆସନ ପାଇଁ ସ୍ଥଗିତ ରହିଥିବା ନିର୍ବାଚନ ମେ ୧୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ୪ ତାରିଖ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କର ଗତ ୨୦ ତାରିଖରେ ମୃତ୍ୟୁ ହେବା ପରେ ଏଠାରେ ୨୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭୋଟ ଗ୍ରହଣକୁ ନିର୍ବାଚନ କମିସନ ସ୍ଥଗିତ ରଖିଥିଲେ।
ବିଜୁ ଜନତା ଦଳ ପକ୍ଷରୁ ସାନି ପ୍ରାର୍ଥୀପତ୍ର ଦାଖଳ କରାଯିବାକୁ ଥିବା ବେଳେ ଅନ୍ୟ ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର କାଏମ ରହିବ ବୋଲି ପୂର୍ବରୁ ନିର୍ବାଚନ କମିସନ୍ଙ୍କ ପକ୍ଷରୁ ସ୍ବଷ୍ଟ କରାଯାଇଥିଲା।