ପଟ୍ଟାମୁଣ୍ତାଇ:ଗତକାଲି ଆଳିରେ ଉତ୍କଳ ଭାରତ ପାର୍ଟିର ରାଜ୍ୟ ସଭାପତି ତଥା ପୂର୍ବତନ ସା˚ସଦ ଖାରବେଳ ସ୍ବାଇଁ ଓ ପାର୍ଟିର ରାଜ୍ୟ ଅନୂସୂଚିତ ଜାତିର ସଭାପତି ଦିଲୀପ ମଲ୍ଲିକଙ୍କୁ ଶାସକ ବିଜେଡି ଦଳର କର୍ମୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ବାବାସାହେବ ଆମ୍ବେଦକର ଦଳିତ ଜାତିସ˚ଘ ପକ୍ଷରୁ ଦଢ଼ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ଗିରଫ ପାଇଁ ଦାବି କରାଯାଇଛି। ଦଳିତ ଜାତି ସ˚ଘ କାର୍ଯ୍ୟାଳୟଠାରେ ସ˚ଘର ସଭାପତି କଳ୍ପତରୁ ମଲ୍ଳିକ, ଜିଲ୍ଲା ଦଳିତ ସେଲର ଅଧୢକ୍ଷ ସର୍ବେଶ୍ବର ସେଠୀ, ଯୁବସଭାପତି ଉତ୍ତମ କୁମାର ମଳିକ, ସନ୍ତୋଷ ମଳ୍ଳିକ, ବାବାଜୀ ମଲ୍ଳିକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଦଳିତ ନେତା ଶ୍ରୀ ମଲ୍ଳିକ ଖାରବେଳ ସ୍ବାଇଁଙ୍କ ପଥପ୍ରାନ୍ତ ସଭାରେ ବିଭିନ୍ନ ସମସ୍ୟା ଉପରେ ଜନସାଧାରଣମାନଙ୍କୁ ସଚେତନ କରାଉଥିବା ସମୟରେ ପୂର୍ବରୁ ଶାସକ ଦଳର କିଛି ଗୁଣ୍ତା ସେମାନଙ୍କୁ ଆକ୍ରମଣ କରିଥିଲେ। ଯାହାକି ସ˚ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ସମ୍ବିଧାନ ବିରୋଧି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆଗାମୀ ଦିନରେ ଦଳିତ ସ˚ଘ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ସ˚ଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଖାରବେଳଙ୍କ ଉପେର ଆକ୍ରମଣକୁ ନିନ୍ଦା
/sambad/media/post_attachments/wp-content/uploads/2018/10/man-gangraped_1-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)