ମା’, ଝିଅଙ୍କୁ ଆକ୍ରମଣ, ଥାନାରେ ଏତଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ରାୟଗଡା ଗ୍ରାମରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା କରାଯାଇଛି।  ମିଳିଥିବା ସୂଚନା ଅନୁସାରେ, ଗ୍ରାମର  ଧନେଶ୍ୱର ନାୟକ ଓ ବିକ୍ରମ ରାଉତଙ୍କ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ମନୋମାଳିନ୍ୟ ଲାଗି ରହିଥିଲା। ଏହାକୁ ନେଇ ବିକ୍ରମଙ୍କ ସମେତ ତାଙ୍କ ପରିବାର ସଦସ୍ୟ  ଧନେଶ୍ବରଙ୍କ ପତ୍ନୀ  ନୟନା ଓ ଝିଅ  ଦେବକୀଙ୍କୁ  ଠେଙ୍ଗା ଓ ଶାବଳରେ ମାଡ଼ ମାରି ଆହତ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହି ଗଣ୍ଡଗୋଳକୁ କେନ୍ଦ୍ର କରି ମହାକାଳପଡା ଥାନାରେ ଏତଲା ହୋଇଛି ।

ସମ୍ବନ୍ଧିତ ଖବର