ବୈଜୟନ୍ତଙ୍କ ମିଥ୍ୟା ସତ୍ୟାପାଠ ମାମଲା : ଜିଲ୍ଲାପାଳଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲାରେ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବୈଜୟନ୍ତଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସତ୍ୟପାଠର ମୂଳ ଆବେଦନପତ୍ରକୁ ଆଣି ଆସନ୍ତା ୨୯ ତାରିଖରେ କୋର୍ଟରେ ହାଜର ହେବାକୁ ଏସ୍‌ଡିଜେମ୍‌ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ୨୦୧୪, ମାର୍ଚ ୧୪ ତାରିଖରେ ସତ୍ୟପଠ ଦାଖଲ ବେଳେ ଯେଉଁ ପ୍ରମାଣପତ୍ର ବୈଜୟନ୍ତ ଦାଖଲ କରିଥିଲେ ତାର ମୂଳ ନକଲ ଦାଖଲ କରାଯିବା ପରେ ଯାଞ୍ଚ କରାଯିବ। ସେହିପରି ବୈଜୟନ୍ତଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଆଣିଥିବା ହରିଅଣ୍ଟ ଗ୍ରାମର ରତ୍ନାକର ଲେଙ୍କାଙ୍କ ପୁଅ ଗୋପାଳ ଚନ୍ଦ୍ର ଲେଙ୍କା ଓ ନେମାଳ ଥାନା ଅନ୍ତର୍ଗତ ନାହାଲପୁରର ବଟକୃଷ୍ଣ ମଲ୍ଲିକଙ୍କ ପୁଅ ସୁଶାନ୍ତ, କିସନନଗର ଥାନା ଅନ୍ତର୍ଗତ ରାଟିଲୋ ଗ୍ରାମରବାବାଜୀ ସାହୁଙ୍କ ପୁଅ ରତିକାନ୍ତ ସାହୁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ଭୋଟର କି ନୁହଁ ଏବଂ ୨୦୧୪ ନିର୍ବାଚନରେ ସେମାନେ ଭୋଟ ଦେଇଥିଲେ କି ନା ତାର ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ଏସ୍‌ଡ଼ିଜେଏମ୍‌ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଦିଲୀପ ଦାସଙ୍କ ଦ୍ୱାରା ବୈଜୟନ୍ତଙ୍କ ବିରୋଧରେ ଆଗତ ମାମଲାର ଶୁଣାଣି କରି ଜିଆର୍‌ କେସ୍‌ ନଂ ୬୭/୧୮ରେ ମାମଲା ରୁଜୁ ହୋଇଛି । ଅର୍ଥାତ ସରକାରଙ୍କ ପକ୍ଷରୁ ଏବେ ବୈଜୟନ୍ତଙ୍କ ବିରୋଧରେ ମାମଲା ପରିଚାଳନା କରାଯିବ। ତେବେ ଦିଲୀପଙ୍କ ପକ୍ଷରୁ ଆଗତ ଅଭିଯୋଗକୁ ଭିତ୍ତିକରି (ଆଇସିସି ନଂ୨୬୦/୧୮)ଟାଉନ୍‌ ଥାନା ପକ୍ଷରୁ କେସ୍‌ ନଂ୬୭ରେ ରେ ମାମଲା ରୁଜୁ କରାଯାଇଛି । ପୁଲିସ୍‌ ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପୁଲସ୍‌ ଆକ୍ଟ ଓ ଭାରତୀୟ ଦଣ୍ଡବିଧି ଆଇନ୍‌ର ୪୧୯, ୪୨୦ରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର