ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଜାଣିବାକୁ ମିିଳିଛି ଯେ ରାଜନଗର ରବୀନ୍ଦ୍ର ଦଳେଇଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର ନଳପାହି ଗ୍ରାମକୁ ଯାଉଥିଲେ।କେରଡାଗଡରୁ ନଦୀ ପାର ହୋଇ ନଳପାହି ଗାଁକୁ ଯିବା ବାଟରେ ଏପରି ଅଘଟଣ ଘଟିଛି।
ରଵିଙ୍କ ପରିଵାର ସମେତ ଵନ୍ଧୁଵାନ୍ଧବ ନଦୀ ପାର ହେଵା ପାଇଁ ଡଙ୍ଗା ଭଡ଼ା କରି କେରଡାଗଡରୁ ନଳପାହି ପାର ହେଉଥିବା ଵେଳେ ନଳପାହି କୂଳ ନିକଟରେ ଡଙ୍ଗା ଭାରସାମ୍ୟ ହରାଇ ଵୁଡି ଯାଇଥିଲା। ଫଳରେ ଲୋକମାନେ ପାଣିରୁ କୌଣସି ପ୍ରକାରେ ଅନ୍ୟମାନଙ୍କ ସହଯୋଗରେ କୂଳକୁ ଆସିଥିଲେ।
ବୁଡିଯାଇଥିବା କେତେକ ଵାଇକକୁ ଲୋକମାନେ ଉଦ୍ଧାର କରିଥିଲେ ମଧ୍ୟ ମୋବାଇଲି କେତୋଟି ପାଣିରେ ବୁଡି ଯାଇଥିବା ସୂଚନା ରହିଛି। କୌଣସି ଲୋକଙ୍କର କ୍ଷତି ହୋଇନଥିଵା ଵେଳେ ଭଗବାନଙ୍କ ଦୟାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/97227d45-bdf2-4684-9f66-47cfc5ba5022.jpg)