କେନ୍ଦ୍ରାପଡା: କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ ମାଳ ପାଟଣାଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ନାୟକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଳିରୁ କଟକ ଯାଉଥିବା ବେଳେ ମାଳପାଟଣାଠାରେ ଓଲଟିପଡିଲା ଵସ୍‌।
ସୂଚନା ଅନୁଯାୟୀ, ସାମନା ପଟୁ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇ ବସ୍‌ଟି ରାସ୍ତା ପାର୍ଶ୍ୱ ଖାଲ ଭିତରକୁ ଓଲଟି ପଡିଥିଲା । ତେବେ ଦୁର୍ଘଟଣାରେ କାହାର ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ବସ୍‌ରେ ପ୍ରାୟ ୪୦ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ପଟ୍ଟାମୁଣ୍ଡାଇ ସ୍ଵାସ୍ଥ୍ୟକେନ୍ଦ୍ରକୁ ଓ କେନ୍ଦ୍ରାପଡାକୁ ସ୍ଥାନାନ୍ତର କରାଯାଇଛି ।
ରାସ୍ତା କଡକୁ ଖସି ପଡିବା କାରଣରୁ ବସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଝରକା ବାଟେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଉଛି।