ପ୍ରଚାର ପ୍ରସାର ଶୂନ: ନିଯୁକ୍ତି ମେଳା ପ୍ରହସନ

ରାଜକନିକା,: ପ୍ରଚାରପ୍ରସାର ଶୂନ। ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ। ଏଥିଯୋଗୁ ସରକାରଙ୍କ ଯୋଜନା ସବୁ ବାଟବଣା ହେଉଛି। ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକେ ଜାଣି ପାରୁ ନାହାନ୍ତି। ଅଧିକାରୀମାନଙ୍କ ଖାମ୍‌ଖିଆଲି ନୀତି ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ। ରାଜକନିକା ବ୍ଲକରେ ଆଜି ଅନୁଷ୍ଠିତ ନିଯୁକ୍ତି ମେଳାରେ ଏଭଳି ଅବ୍ୟବସ୍ଥା ନଜରକୁ ଆସିଛି। ମେଳା ସମ୍ପର୍କରେ ଅଧିକାଂଶ ବେକାର ଯୁବକଯୁବତୀ ଜାଣି ପାରି ନ ଥିବା ଅଭିଯୋଗ ହୋଇଛି। ବ୍ଲକ ପ୍ରସାଶନ ତରଫରୁ ଏ ସ˚କ୍ରାନ୍ତରେ ଠିକ୍‌ ଢଙ୍ଗରେ ପ୍ରଚାରପ୍ରସାର କରାଯାଇ ନ ଥିବାରୁ ବହୁ ମେଳାରେ ବହୁ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଛି।
ଆଜିର ନିଯୁକ୍ତି ମେଳାକୁ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ ଉଦଘାଟନ କରିଥିବା ବେଳେ, ଉପଜିଲ୍ଲାପାଳ ସ˚ଜୟ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ୧୩ଟି କମ୍ପାନୀ ନିଯୁକ୍ତି ମେଳାରେ ଯୋଗ ଦେଇ ସେମାନଙ୍କ କମ୍ପାନିରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ ା ତେବେ ବେକାର ଯୁବକଯୁବତୀଙ୍କ ଅନୁପସ୍ଥିତି ବାରି ହୋଇପଡ଼ିଥିଲା। କେବଳ ସେତିକି ନୁହେଁ, ମେଳାରେ ଯୋଗ ଦେଇଥିବା ଯୁବକଯୁବତୀଙ୍କୁ କେବଳ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ପରବର୍ତ୍ତୀ ସମୟରେ ନିରାଶ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁ କମ୍ପାନୀଗୁଡ଼ିକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଉଛନ୍ତି ପରବର୍ତ୍ତୀ ଅବସ୍ଥାରେ ବେକାର ଯୁବକଯୁବତୀଙ୍କୁ ଠକୁଥିବା ଅଭିଯୋଗ ଉଠିଛି। ଏଥିସହିତ ମେଳା ଆୟୋଜନ ସମ୍ପର୍କରେ ବ୍ଲକର ନିର୍ବାଚିତ ପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅବଗତ କରାଯାଉ ନଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ରାଜକନିକା ବିଡିଓ ଡି.ଏସ୍‌. ଶୁଭଦର୍ଶୀ ଯୋଶୀ ଓ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବ୍ଲକ ପ୍ରଗତି ସହାୟକ ସ୍ମାରକ ମହାନ୍ତିଙ୍କୁ ପଚାରିବାରୁ ସେ କାର୍ଯ୍ୟକ୍ରମ ବିଷୟରେ କିଛି ଜାଣିନାହାନ୍ତି, ମୁଖ୍ୟଲିପିକ ଅବକାଶ ସ୍ବାଇଁ ସବୁ ବୁଝୁଛନ୍ତି ବୋଲି କହିଛନ୍ତି। ଏହା କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏହି ମେଳାର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା କୌଶଳ ବିକାଶ ସ˚ଯୋଜକ ମୋନାଲିସା ନାୟକଙ୍କୁ ପଚାରିବାରୁ ଏବେ ଧାନକଟା ସମୟ ଚାଲିଥିବାରୁ ଯୁବକଯୁବତୀମାନେ କମ ସ˚ଖ୍ୟାରେ ଯୋଗ ଦେଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର