କରୋନା କାହାଣୀ: ନମିତାଙ୍କୁ ଦୋକାନ ଭରସା

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ବଢିହ ଗ୍ରାମର ନମିତା ନାୟକ (୨୫)। ୨୦୧୮ ରେ ବିବାହ କରିଥିଲେ। ପାରିବାରିକ ଜୀବନରେ ଭୁଲ ବୁଝାମଣା ଯୋଗୁଁ ବୈବାହିକ ଜୀବନ ଚିରସ୍ଥାୟୀ ହୋଇ ପାରିଲାନି। ଏଥିଯୋଗୁଁ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇଥିଲା। ପରେ ସେ ଭୁବନେଶ୍ବରର ଏକ ଘରୋଇ ଇଂଜିନିୟରିଂ ଜଲେଜରେ ମହିଳା ଆଟେଣ୍ତାଣ୍ଟ୍‌ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ଦେଢ ବର୍ଷ କାମ କରିଥିଲେ। ସେଠାରେ ମାସିକ ୮ ହଜାର ଟଙ୍କା ବେତନ ସହିତ ରହିବା ଓ ଖାଇବା ମାଗଣା ସୁବିଧା ପାଉଥିଲେ।

କରୋନା ପ୍ରଭାବ ବଢିବା ପରେ ଦୀର୍ଘ ୯ ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଲା। ନମିତା ବାଧ୍ୟ ହୋଇ ବାପ ଘର ବଢିହକୁ ଫେରିଥିଲେ। ଗୁଜୁରାଣ ମେଣ୍ଟାଇବା ପାଇଁ ଗାଁ ମୁଣ୍ତ ଛକରେ ଏକ କ୍ୟାବିନ୍ ପକାଇ ଛୋଟ ତେଜରାତି ଦୋକାନଟିଏ ଖୋଲିଛନ୍ତି। ଏଥିରୁ ମିଳୁଥିବା ସ୍ବଳ୍ପ ଲାଭାଂଶରେ ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇ ପଡ଼ିଥିବା ବେଳେ କରୋନା ତାଙ୍କର ଦୁଃଖକୁ ଦ୍ବିଗୁଣିତ କରିଛି ବୋଲି କହିଛନ୍ତି ସେ।

ସମ୍ବନ୍ଧିତ ଖବର