ଗାଁ ରାସ୍ତାରେ କୁମ୍ଭୀର ଛୁଆ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ଦୁର୍ଗାପ୍ରସାଦ ଡାଙ୍ଗମାଳ ଜଙ୍ଗଲ ପାଖ ରାସ୍ତାର ବାଙ୍କୁଆଳ ଗାଁରୁ ଏକ କୁମ୍ଭୀର ଛୁଆ ଉଦ୍ଧାର କରାଯାଇଛି।
ଚିଙ୍ଗୁଡିଘେରି ଉଚ୍ଛେଦ ବେଳେ ଦୁର୍ଗାପ୍ରସାଦ ଡାଙ୍ଗମାଳ ଜଙ୍ଗଲପାଖ ରାସ୍ତା କଟାଯାଇଥିଲା। ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ସେଠାରେ ଦୁଇଟି ବିରାଟ ଘାଇ ସୃଷ୍ଟି ହୋଇଥିଲା। ଫଳରେ ଏହି ଘାଇ ଦେଇ କୁମ୍ଭୀରମାନେ ଗାଁ ମଧ୍ୟକୁ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବା ସହିତ ଏହି ଗ୍ରାମର କପିଳ ଦାସ ଓ ରମାକାନ୍ତ ଦଳାଇଙ୍କ ଦୁଇଟି ଛେଳିକୁ କୁମ୍ଭୀର ଟାଣି ନେଇଥିଲେ। ଗତକାଲି ରାତିରେ ଏକ କୁମ୍ଭୀର ଛୁଆ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାକୁ ଉଦ୍ଧାର କରିଥିଲେ। କୁମ୍ଭୀର ଛୁଆକୁ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ତୁରନ୍ତ ଦୁଇଟି ଘାଇକୁ ବନ୍ଦ କରିବା ସହିତ ଗୋଟିଏ କଲଭର୍ଟ ନିର୍ମାଣ କରିବା ପାଇଁ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ବେହେରା, ପ୍ରଭାତ କୁମାର ବେହେରା, ରାଜକିଶୋର ବେହେରା, ଦୀପାରାଣୀ ବେହେରା, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର