କେନ୍ଦ୍ରାପଡ଼ା: ରବିବାର ସକାଳେ ମହାକାଳପଡ଼ା ଅନ୍ତର୍ଗତ ବିଜୟନଗର ଅଞ୍ଚଳର ଅରଡ଼ ଗାଁର ଗୋଟାଏ ବାଉଁଶମୋଟାରୁ ୬୫ଟି ଅଣ୍ଡା ଓ ଗୋଟାଏ ୧୦ ଫୁଟିଆ କୁମ୍ଭୀର ଉଦ୍ଧାର କରାଯାଇଛି।
ଗ୍ରାମବାସୀମାନେ ବାଉଁଶମୋଟାରୁ କୁମ୍ଭୀର ଅଣ୍ଡାଗୁଡ଼ିକୁ ଆଣି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।
ମହାକାଳପଡ଼ା ରେଞ୍ଜର୍ ବିଜୟ ପରିଡ଼ା ଓ କର୍ମଚାରୀମାନେ ଲୁଣାନଦୀରୁ ଉଠି ଆସିଥିବା ସେ କୁମ୍ଭୀରଟିକୁ ନିକଟବର୍ତ୍ତୀ ନାଳରେ ଛାଡ଼ିବାକୁ ନେଇ ଯାଇଛନ୍ତି।
ଅଣ୍ଡାଗୁଡ଼ିକୁ ରେଞ୍ଜର୍ ଓ ବନକର୍ମଚାରୀମାନେ ଜମ୍ବୁ ରେଞ୍ଜ୍ ଅଫିସକୁ ନେଇ ଯାଇଛନ୍ତି।