ପୁଲିସ୍‌ବାବୁଙ୍କ ବଡ଼ପଣ: ସ୍ଥାନାନ୍ତର ସମୟରେ ବୟସ୍କ ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଶ୍ରୟସ୍ଥଳକୁ ଆଣିଲେ ଥାନା ଆଇଆଇସି

ରାଜନଗର: ବାତ୍ୟା ୟାସ୍ ପୂର୍ବରୁ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆଉ ଏହି ସମୟରେ ମହାନତା ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ । ରାଜନଗର ଅମରାବତୀ ଗାଁର ଜଣେ ୯୧ ବର୍ଷିୟା ବୃଦ୍ଧା ବାତ୍ୟା ଆଶ୍ରୟସ୍ଥଳୀ ଯାଇପାରୁନଥିଲେ । ଏ ଖବର ଜାଣିବା ପରେ ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ତାଙ୍କ ଘରେ ପହଂଚିଥିଲେ । ବାତ୍ୟା ବିପନ୍ନଙ୍କୁ ଭାର ସାହାଯ୍ୟରେ  କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ।

ଏପଟେ ବାତ୍ୟା ୟାସ୍ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ମଗରକନ୍ଦା ଗାଁର ଲୋକଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଏବେ ସୁଦ୍ଧା ୧୫୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବଗପାଟିଆର ବାତ୍ୟା ଆଶ୍ରୟ ସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବଳକା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଛି ।

ସମ୍ବନ୍ଧିତ ଖବର