ଗାଁ ପୋଖରୀରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣକ ପାଳକଣା ଗାଁର ଉମା ମଲ୍ଲିକ ବୋଲି ଜଣାପଡ଼ିଛି। ଗତ ଜାନୁଆରି ମାସ ୩୦ ତାରିଖ ମଧ୍ୟରାତିରୁ ଉମା ନିଜ ଶାଶୁଘରୁ ନିଖୋଜ ହୋଇଯାଇଥିବା ନେଇ ଉଭୟ ଶାଶୁଘର ଓ ବାପାଙ୍କ ଘର ପକ୍ଷରୁ ସ୍ଥାନୀୟ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲାl
ଆଜି ସକାଳୁ ଗାଁ ପୋଖରୀରେ ଉମାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲାl ଉମାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଛିl ୨୦୦୭ ମସିହାରେ ଉମା ନିଜ ପଡ଼ୋଶୀ ଯୁବକ ସୁରେଶ ମଲ୍ଲିକଙ୍କୁ ବିବାହ କରିଥିଲେl ତାଙ୍କର ୩ ଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି l ଜାନୁଆରି ୩୦ ତାରିଖରେ ଉମା ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କ ଭାଇ ଉମାଙ୍କୁ ହସ୍ପିଟାଲକୁ ନେଇଥିଲେl ରାତି ୧୦ ଟାରେ ଭଉଣୀକୁ ଶାଶୁଘରେ ଛାଡ଼ି ଦେଇ ଯାଇଥିଲେl ରାତି ୧୨ ଟାରେ ଉମା ଘରେ ନଥିବା ନେଇ ଶାଶୁଘର ଲୋକେ ଅଭିଯୋଗ କରିଥିଲେl ତେବେ ଉମାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିl ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

 

ସମ୍ବନ୍ଧିତ ଖବର