ମହାକାଳପଡ଼ା: ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ତନ୍ତିଆପାଳ ଗ୍ରାମର ବିଜୟ ପରିଡ଼ାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଦିନ ପରେ ଆଜି ପୁଅର ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲା ମାନସ ପରିଡ଼ା (୧୭)।
ସୂଚନା ଅନୁସାରେ ଆଜି ସକାଳୁ କେତେକ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ବେଳେ ମାନସର ମୃତଦେହ ମାଦିଲି ମୁହାଁଣ ଠାରୁ ୮ ମାଇଲ ଦୂରରେ ଭାସୁଥିବାର ଦେଖିଥିଲେ। ଏ ନେଇ ଖବର ଦେବାପରେ ପୁଲିସ ଓ ସ୍ଥାନୀୟ ଅଞ୍ଚଳର କେତେକ ମତ୍ସ୍ୟଜୀବୀ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ସେଠାକୁ ଯାଇ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ତନ୍ତିଆପାଳ ଗ୍ରାମର ବିଜୟ ପରିଡ଼ା ଓ ତାଙ୍କର ପୁଅ ମାନସ ଗତ ଶନିବାର ଦିନ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ୫ଟାରେ ସମୁଦ୍ର ମଧ୍ୟରେ ବଜ୍ରପାତ ଘଟିଥିଲା। ଏଥିରେ ବିଜୟଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ମାନସ ନିଖୋଜ ଥିଲେ।
Lightning
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/23/mahakal-2025-09-23-17-35-52.jpg)