ଆଳି: ଆଳି ଥାନା ମହୁ ପଞ୍ଚାୟତ ଅଧୀନ ମହୁଗ୍ରାମ ୧ ନମ୍ବର ଓ୍ଵାର୍ଡର ଜନୈକା ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମାମଲା ରଫାଦଫା କରି ଦେବାକୁ ଭିନ୍ନକ୍ଷମ ଯୁବତୀଙ୍କ ପରିବାର ଉପରେ ଚାପ ପକାଉଥିବା ଖବର ମିଳିଛି। ଏହି ଘଟଣା ଗ୍ରାମରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିିଥିବା ସୂଚନା ଅନୁସାରେ, ଗତ ବୁଧବାର ଗ୍ରାମର ସଂପୃକ୍ତ ମାନସିକ ଭିନ୍ନକ୍ଷମ ଯୁବତୀ ଟୁବି(ଛଦ୍ମନାମ)ଙ୍କୁ ଘରେ ଛାଡିଦେଇ ମା’ ସାନଝିଅକୁ ସାଙ୍ଗରେ ନେଇ ଧାନ ବିଲକୁ ଯାଇଥିଲେ। ଘରେ ଅନ୍ୟ କେହି ନ ଥିବାର ସୁଯୋଗ ନେଇ ପାଖ ପଡିଶାର ଜନୈକ ବ୍ୟକ୍ତି ଘରେ ପଶି ଟୁବି ସହିତ ଦୁଷ୍କର୍ମ କରିଥିଲେ। ବିଲରୁ ଫେରି ମା’ ଘଟଣା ସଂପର୍କରେ ଜାଣିବା ପରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ସଂପୃକ୍ତ ଅଭିଯୁକ୍ତଙ୍କ ଜଣଙ୍କ ପ୍ରଭାବଶାଳୀ ହୋଇଥିବାରୁ ସମର୍ଥକମାନଙ୍କୁ ଏକାଠି କରି ଯୁବତୀଙ୍କ ପରିବାର ଉପରେ ଚାପ ପକାଇବା ସହିତ ଅର୍ଥ ବିନିମୟରେ ମାମଲା ଚାପି ଦେବାକୁ ପରିବାର ଲୋକଙ୍କୁ ଲୋଭ ଦେଖାଇଥିବା ସୂଚନା ମିଳିଛି।
ଜନୈକ ପଞ୍ଚାୟତ ପ୍ରତିନିଧି ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଟୁବିଙ୍କ ବାପା ମଧ୍ୟ ଜଣେ ଭିନ୍ନକ୍ଷମ। ଦୁଷ୍କର୍ମକାରୀମାନେ ମା’ ପରିବାର ସଦସ୍ୟଙ୍କୁ ଅର୍ଥ ସହିତ ବିଭିନ୍ନ ଧମକଚମକ ଦେଇ ଘଟଣାକୁ ପଦାକୁ ନ ଦେବାକୁ ସତର୍କ କରାଇ ଦେଇଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ଦୁଷ୍କର୍ମ କାରନାମାର ନଜିର ରହିଛି ଓ ସେସବୁକୁ ସେ ଚପାଇ ଦେବାରେ ସମର୍ଥ ହୋଇଛନ୍ତି ବୋଲି ସଂପୃକ୍ତ ପଞ୍ଚାୟତ ପ୍ରତିନିଧି କହିଛନ୍ତି।
ସାରା ଗାଁରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଚାପ ଗୋଷ୍ଠୀର ଭୟରେ କେହି ବି ମୁହଁ ଖୋଲୁ ନାହାନ୍ତି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବା ସହିତ ଭିନ୍ନକ୍ଷମ ଯୁବତୀ ନ୍ୟାୟ ପାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଘରେ ପଶି ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ:ଘଟଣା ଚପାଇ ଦେବାକୁ ଉଦ୍ୟମ
/sambad/media/post_attachments/wp-content/uploads/2018/01/sex-harasment-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)